ସାଧାରଣତନ୍ତ୍ର ଦିବସରେ ଦେଶରେ ଆତଙ୍କୀ ସଂଗଠନର ନଜର

ଦିଲ୍ଲୀ ସମେତ ଦେଶର ପ୍ରମୁଖ ସହର ଉପରେ ରହିଛି ଆତଙ୍କୀ ସଂଗଠନର ନଜର । ଏଥର ଗ୍ୟାଙ୍ଗଷ୍ଟରଙ୍କୁ ମୋହରା କରି ହିଂସାକାଣ୍ଡ ଭିଆଇବାକୁ ଯୋଜନା କରିଛନ୍ତି ଆତଙ୍କୀ ସଂଗଠନ । ଏଭଳି କିଛି ସୂଚନା ପାଇ ସଜାଗ ହୋଇଛି ଗୁଇନ୍ଦା ବିଭାଗ ।

ସୂଚନା ଅନୁସାରେ, ଖଲିସ୍ତାନୀ ଆତଙ୍କୀ ସଂଗଠନ ଓ ବାଂଲାଦେଶ ଭିତ୍ତିକ ଆତଙ୍କୀ ଗୋଷ୍ଠୀମାନେ ମିଳିତ ଭାବେ ଦେଶର ରାଜଧାନୀ ଦିଲ୍ଲୀ ସମେତ ଏକାଧିକ ପ୍ରମୁଖ ସହରକୁ ଟାର୍ଗେଟ୍ କରିବାକୁ ଯୋଜନା କରୁଛନ୍ତି । ତେବେ ଚିନ୍ତାର ବିଷୟ ଯେ, ବିଦେଶରୁ ପରିଚାଳିତ ଆତଙ୍କୀ ସଂଗଠନ ଏବେ ଭାରତ ଗ୍ୟାଙ୍ଗଷ୍ଟରଙ୍କୁ ଅସ୍ତ୍ର କରିଛନ୍ତି । ଅପରାଧୀ ଗୋଷ୍ଠୀଗୁଡ଼ିକର ନେଟୱର୍କକୁ ବ୍ୟବହାର କରି ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ବିଗାଡ଼ିବା ଏବଂ ଅରାଜକତା ସୃଷ୍ଟି କରିବା ପାଇଁ ବଡ଼ ଧରଣର ଷଡ଼ଯନ୍ତ୍ର ରଚାଯାଇଛି ।

ସେହିପରି ପଞ୍ଜାବର ଗ୍ୟାଙ୍ଗଷ୍ଟର ଓ ଖଲିସ୍ତାନୀ ହ୍ୟାଣ୍ଡଲରଙ୍କ ମଧ୍ୟରେ ବଢୁଥିବା ସଂପର୍କ ବି ଚିନ୍ତାର କାରଣ ପାଲଟିଛି । ଖଲିସ୍ତାନୀ ଆତଙ୍କୀଙ୍କ ସହ ସମ୍ପର୍କ ରଖିଥିବା ଗ୍ୟାଙ୍ଗଷ୍ଟରମାନେ ମୁଖ୍ୟତଃ ହରିୟାଣା, ଦିଲ୍ଲୀ-ଏନସିଆର, ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ ଅଧିକ ସକ୍ରିୟ ରହିଛନ୍ତି । ଯାହାଙ୍କୁ ନିୟନ୍ତ୍ରଣ କରିବା ସୁରକ୍ଷା ଏଜେନ୍ସୀମାନଙ୍କ ପାଇଁ ବଡ଼ ଆହ୍ବାନ ପାଲଟିଛି । ଏଣୁ ଗୁଇନ୍ଦା ସୂଚନା ପରେ ବିଶେଷକରି ଦିଲ୍ଲୀର ସୀମା, ବିମାନବନ୍ଦର, ରେଳ ଷ୍ଟେସନ ଓ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

Post Views3 Total Count

Apply Now


This will close in 0 seconds

error: Content is protected !!