ଏସିଆନ୍‌ କପ୍‌ ମହିଳା ଫୁଟବଲ୍‌ରୁ ଭାରତର ବିଦାୟ

ଅଷ୍ଟ୍ରେଲିଆର ପଶ୍ଚିମ ସିଡ୍‌ନି ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଗ୍ରୁପ୍‌ ‘ସି’ର ଶେଷ ମ୍ୟାଚ୍‌ରେ ଚାଇନିଜ୍‌ ତାଇପେଇଠାରୁ ୩-୧ ଗୋଲ୍‌ ବ୍ୟବଧାନରେ ହାରି ଭାରତ ଏଏଫସି ମହିଳା ଏସିଆନ କପ୍‌ ୨୦୨୬ରୁ ବିଦାୟ ନେଇଛି ।

କ୍ବାର୍ଟର-ଫାଇନାଲ୍‌ରେ ପ୍ରବେଶ ପାଇଁ ଏହି ମ୍ୟାଚ୍‌ଟି ଜିତିବା ଭାରତ ଲାଗି ଜରୁରୀ ହୋଇଥିବାବେଳେ ଉନ୍ନତ ଖେଳ ପ୍ରଦର୍ଶନ କରି ତାଇପେଇ ଦଳ ବାଜି ମାରିନେଇଥିଲା ।

ଅନ୍ୟପକ୍ଷରେ ଭାରତୀୟ ଦଳକୁ ଏକାଧିକ ସୁଯୋଗ ମିଳିଥିଲେ ବି ସେଗୁଡ଼ିକୁ ଗୋଲ୍‌ରେ ପରିବର୍ତ୍ତନ କରିପାରିନଥିଲା । ତାଇପେଇ ପକ୍ଷରୁ ପ୍ରଥମ ଗୋଲ୍‌ ମ୍ୟାଚ୍‌ର ୧୨ତମ ମିନିଟ୍‌ରେ ଓ୍ବାଇ.ଏଚ୍‌.ସୁ ଦେଇଥିବାବେଳେ ୩୯ତମ ମିନିଟ୍‌ରେ ଭାରତର ମନୀଷା କଲ୍ୟାଣ ଏକ ଚମତ୍କାର ଗୋଲ୍‌ ଦେଇ ସ୍କୋରକୁ ବରାବର କରିଥିଲେ ।

କିନ୍ତୁ ପ୍ରଥମ ଅର୍ଦ୍ଧେକ ଶେଷ ହେବା ପୂର୍ବରୁ ଭାରତର ଗୋଲ୍‌ ରକ୍ଷକ ପାନ୍ଥୋଇ ଚାନୁଙ୍କ ଏକ ଆତ୍ମଘାତୀ ଗୋଲ୍‌ ତାଇପେଈକୁ ୨-୧ରେ ଅଗ୍ରଣୀ କରିଥିଲା । ୭୭ତମ ମିନିଟ୍‌ରେ ତାଇପେଇ ପକ୍ଷରୁ ଓ୍ବାଇ.ସି.ଚେନ୍‌ ତୃତୀୟ ଗୋଲ୍‌ ଦେଇ ଦଳର ବିଜୟ ନିଶ୍ଚିତ କରିଥିଲେ ।

Post Views24 Total Count

Apply Now


This will close in 0 seconds

error: Content is protected !!