ଇରାନ – ଆମେରିକା ଆଲୋଚନା ବିଫଳ

ମଧ୍ୟପ୍ରାଚ୍ୟ ଶାନ୍ତି ଆଲୋଚନାରେ ବାହାରିଲାନି ନିଷ୍କର୍ସ। ଆଲୋଚନା ବିଫଳ ହେବାରୁ ଆମେରିକା ଫେରିଗଲେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ। ଫେରଯିବା ସହ କହିଛନ୍ତି ଯେ, ଆଲୋଚନାରେ ସହମତି ପ୍ରକାଶ କରୁନି ଇରାନ। ଇସଲାମବାଦରେ ୨୧ ଘଣ୍ଟା ଧରି ଚାଲିଥିଲା କଥାବାର୍ତ୍ତା। ଆମେରିକା ଓ ଇରାନ ଏକ ଚୁକ୍ତିରେ ପହଞ୍ଚିବାରେ ବିଫଳ ହୋଇଛନ୍ତି। ଆମେରିକା କହିଛି ଯେ, ଏହି ୨୧ ଘଣ୍ଟାର ଆଲୋଚନାରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ସ୍ଥାନ ପାଇଥିଲା। କିନ୍ତୁ ଆମେରିକାର ସର୍ତ୍ତକୁ ଗ୍ରହଣ କରିବାକୁ ମନା କରିଦେଇଥିଲା ଇରାନ। ଅନ୍ୟପଟେ ଇରାନ ଆମେରିକାର ଅଭିଯୋଗକୁ ଖଣ୍ଡ କରିଛି।

ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାକାଇ କହିଛନ୍ତି ଯେ, ଆଲୋଚନାରେ କୌଣସି ବୁଝାମଣା ହୋଇନାହିଁ। ଆମେରିକାର ଆତ୍ମସର୍ପଣର ସର୍ତ୍ତକୁ ଇରାନ ସ୍ବୀକାର କରିବ ନାହିଁ। ଇରାନ ସ୍ପଷ୍ଟ କରିଛି ଯେ, ସେ ପରମାଣୁ ବୋମା ନିର୍ମାଣ କରିବ ନାହିଁ କିନ୍ତୁ ୟୁରାନିୟମ ସମୃଦ୍ଧିକୁ ପରିତ୍ୟାଗ କରିବ ନାହିଁ। ଏହି ପ୍ରସଙ୍ଗ ଆଲୋଚନାରେ ସବୁଠାରୁ ବଡ଼ ସମସ୍ୟା ପାଲଟିଥିଲା। ଯାହାକି ଆଲୋଚନା ବିଫଳ ହେବାର କାରଣ ବୋଲି କୁହାଯାଉଛି।

Post Views60 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!