ଶ୍ରୀମନ୍ଦିରରେ ହେବ ସ୍ଲଟ୍‌ ବୁକିଂ ଦର୍ଶନ ବ୍ୟବସ୍ଥା

ଶ୍ରୀମନ୍ଦିରରେ ହେବ ସ୍ଲଟ୍‌ ବୁକିଂ ଦର୍ଶନ ବ୍ୟବସ୍ଥା । ଏଭଳି କିଛି ଚିନ୍ତା କରୁଛନ୍ତି ରାଜ୍ୟ ସରକାର । ସ୍ଲଟ୍‌ ବୁକିଂ ଦର୍ଶନ ସହ ଧାଡ଼ି ଦର୍ଶନ ବ୍ୟବସ୍ଥା ମଧ୍ୟ ଏକକାଳୀନ ଚାଲିବ । ଆଇନ ମନ୍ତ୍ରୀଙ୍କ ଏଭଳି ସୂଚନା ପରେ ସ୍ଲଟ ବୁକିଂ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି ।ଶ୍ରୀମନ୍ଦିରରେ ମହାପ୍ରଭୂଙ୍କ ଦର୍ଶନ ପାଇଁ ବଢୁଛି ଶ୍ରଦ୍ଧାଳୁଙ୍କ ଭିଡ଼ । ପର୍ବପର୍ବାଣୀରେ ଏହି ସଂଖ୍ୟା ଆହୁରି ଅଧିକ ।

ଏବେ ଶ୍ରଦ୍ଧାଳୁ ବ୍ୟାରିକେଡରେ ଯାଇ ଶୃଙ୍ଖଳିତ ଦର୍ଶନ କରୁଛନ୍ତି । ଏଭଳି କ୍ଷେତ୍ରରେ ଶ୍ରୀମନ୍ଦିରରେ ସ୍ଲୁଟ ବୁକିଂ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି । ଏହି ସମୟରେ ଧାଡ଼ି ଦର୍ଶନ ବ୍ୟବସ୍ଥା ମଧ୍ୟ ରହିବ ।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ଚାଲିଥିବା ବେଳେ ତାକୁ ଦୃଷ୍ଟିରେ ରଖି ସ୍ଲଟ ବୁକିଂ ବ୍ୟବସ୍ଥା ହେବ । ଏଥିପାଇଁ ଶ୍ରୀମନ୍ଦିରରେ ହୋଲ୍ଫିଂ ଏରିଆ କରାଯିବ । ଦେଶରେ ଅନ୍ୟ ତୀର୍ଥ ସ୍ଥାନରେ ସ୍ଲଟ ବୁକିଂ ବ୍ୟବସ୍ଥା ଥିବା ବେଳେ ପୁରୀରେ ଏହି ବ୍ୟବସ୍ଥାକୁ ଅନେକ ସ୍ୱାଗତ କରୁଛନ୍ତି ।

Post Views74 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!