ତୃତୀୟ ପର୍ଯ୍ୟାୟ ଏସ୍‌ଆଇଆର୍‌ ଘୋଷଣା କଲେ ଇସିଆଇ

ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଗୁରୁବାର ଓଡ଼ିଶା ସମେତ ୧୬ଟି ରାଜ୍ୟ ଓ ୩ଟି କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ତୃତୀୟ ପର୍ଯ୍ୟାୟରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ କରିବାକୁ ଘୋଷଣା କରିଛନ୍ତି। କେବଳ ହିମାଚଳ ପ୍ରଦେଶ, ଜମ୍ମୁ ଓ କାଶ୍ମୀର ଓ ଲଦାଖକୁ ଏଥିରୁ ବର୍ତ୍ତମାନ ପାଇଁ ବାଦ୍‌ ଦିଆଯାଇଛି। ତୃତୀୟ ପର୍ଯ୍ୟାୟରେ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ଚଣ୍ଡୀଗଡ଼, ଦାଦ୍ରା ନଗର ହାଭେଳି ଓ ଦମନ ଦିଉ, ହରିୟାଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ଦିଲ୍ଲୀ, ପଞ୍ଜାବ, ସିକ୍କିମ , ତ୍ରିପୁରା, ‌ତେଲଙ୍ଗାନା ଓ ଉତ୍ତରଖଣ୍ଡ ରହିଛି।
ଏହି ପର୍ଯ୍ୟାୟରେ ୩ ଲକ୍ଷ ୯୪ ହଜାର ବୁଥ୍‌ସ୍ତରୀୟ ଅଧିକାରୀ ଘରକୁ ଘର ବୁଲି ପାଖାପାଖି ୩୬.୭୩ କୋଟି ଭୋଟରଙ୍କ ଯାଞ୍ଚ କରିବେ। ମେ ୩୦ ତାରିଖରୁ ବିଏଲ୍‌ଓ ଘରକୁ ଘର ବୁଲି ଭୋଟର ତାଲିକା ଯାଞ୍ଚ କରିବା ସହିତ ଜୁଲାଇରୁ ଅକ୍ଟୋବର ମଧ୍ୟରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ କରିବେ। ଦିଲ୍ଲୀରେ ଚୂଡ଼ାନ୍ତ ଭୋଟର ତାଲିକା ଅକ୍ଟୋବର ୭ ତାରିଖରେ ପ୍ରକାଶ କରାଯିବ।

ହିମାଚଳ ପ୍ରଦେଶ, ଜମ୍ମୁ ଓ କାଶ୍ମୀର ଓ ଲଦାଖରେ ପରବର୍ତ୍ତୀ ସମୟରେ ତୃତୀୟ ପର୍ଯ୍ୟାୟ ଜନଗଣନା ପରେ ସ୍ବତନ୍ତ୍ର ଭାବେ ଏସ୍‌ଆଇଆର୍‌ କରାଯିବ। ପାଣିପାଗ ଓ ଅନ୍ୟ ସବୁ ଆହ୍ବାନପୂର୍ଣ୍ଣ ସ୍ଥିତିକୁ ଲକ୍ଷ୍ୟ କରି ଏହି ଏସ୍ଆଇଆର୍‌ କରାଯିବ। ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ସମସ୍ତ ଭୋଟରଙ୍କୁ ତୃତୀୟ ପର୍ଯ୍ୟାୟ ଏସ୍‌ଆଇଆର୍‌ରେ ଅଂଶଗ୍ରହଣ କରିବାକୁ ନିବେଦନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ବିହାରରେ ଜୁନ୍‌ର ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ହୋଇଥିଲା। ଏହାପରେ ଅକ୍ଟୋବର ୨୦୨୫ରେ ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ ପ୍ରମୁଖ ୯ ରାଜ୍ୟ ଓ ତିନି କେନ୍ଦ୍ରଶାସିତ ଅଞ୍ଚଳରେ ଏସ୍ଆଇଆର୍‌ ହୋଇଥିଲା। ଉତ୍ତର ପ୍ରଦେଶରେ ସର୍ବାଧିକ ୨.୦୪ କୋଟି ଭୋଟର ବାଦ୍‌ ପଡ଼ିଥିବାବେଳେ ପଶ୍ଚିମବଙ୍ଗରେ ୮୩.୮୬ ଲକ୍ଷ୍ୟ ଭୋଟର ବାଦ୍‌ ପଡ଼ିଥିଲେ। ପ୍ରଥମ ଦୁଇ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୫୯ କୋଟି ଭୋଟରଙ୍କ ଯାଞ୍ଚ କରାଯାଇଥିଲା।

Post Views9 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!