ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଇ.ଏସ.ଆଇ ମେଡ଼ିକାଲ କଲେଜ

ଭୁବନେଶ୍ୱରର ଅନ୍ଧାରୁଆଠାରେ ଇ.ଏସ.ଆଇ ମେଡ଼ିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ସୋମବାର ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଏବଂ ଭାରତ ସରକାରଙ୍କ କର୍ମଚାରୀ ରାଜ୍ୟ ବୀମା ନିଗମ (ଇ.ଏସ୍.ଆଇ.ସି) ମଧ୍ୟରେ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି । ଏହି ବୃହତ ପ୍ରକଳ୍ପର ସ୍ଥାୟୀ ଭିତ୍ତିଭୂମି ଅନ୍ଧାରୁଆଠାରେ ନିର୍ମାଣ ହେବାକୁ ଥିବାବେଳେ, ମେଡିକାଲ କଲେଜର କାର୍ଯ୍ୟକୁ ତୁରନ୍ତ ଆରମ୍ଭ କରିବା ପାଇଁ ବର୍ତ୍ତମାନ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ ଇ.ଏସ୍.ଆଇ ହସ୍ପିଟାଲକୁ ବ୍ୟବହାର କରାଯିବ। ଏଥିପାଇଁ ଶ୍ରମ ବିଭାଗ ପକ୍ଷରୁ ଉକ୍ତ ହସ୍ପିଟାଲକୁ ଆନୁଷ୍ଠାନିକ ଭାବେ କର୍ମଚାରୀ ରାଜ୍ୟ ବୀମା ନିଗମଙ୍କୁ ହସ୍ତାନ୍ତର କରାଯାଇଛି।
ଏହି ଆନୁଷ୍ଠାନିକ ଚୁକ୍ତି ସ୍ୱାକ୍ଷର କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ଖାରବେଳ ଭବନର ପଞ୍ଚମ ମହଲା ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିଲା । ଏହି ଚୁକ୍ତିନାମାକୁ କାର୍ଯ୍ୟକାରୀ କରିବା ଏବଂ ହିତାଧିକାରୀମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଲକ୍ଷ୍ୟରେ ଉଭୟ ରାଜ୍ୟ ଓ କେନ୍ଦ୍ରୀୟ ପ୍ରଶାସନିକ ସ୍ତରର ଅନେକ ବରିଷ୍ଠ ଅଧିକାରୀ ଏଠାରେ ଏକତ୍ରିତ ହୋଇଥିଲେ । ଏହି ଚୁକ୍ତିର ଅପାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଆରୁମୁଗମଙ୍କ ସମେତ ଅନ୍ୟାନ୍ୟବରିଷ୍ଠ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଛି, ଯାହା ଶ୍ରମିକ ଓ ସେମାନଙ୍କ ପରିବାର ପାଇଁ ଏକ ସଫଳ ପ୍ରଶାସନିକ ପଦକ୍ଷେପ ସାବ୍ୟସ୍ତ ହେବ।
ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ, ଓଡ଼ିଶା ପକ୍ଷରୁ ଅତିରିକ୍ତ ଶାସନ ସଚିବ ରାଜେଶ କୁମାର ଅଗ୍ରୱାଲ, ଇ.ଏସ୍.ଆଇ ସ୍କିମର ନିର୍ଦ୍ଦେଶିକା ମଧୁମିତା ନାୟକ, ଯୁଗ୍ମ ନିର୍ଦ୍ଦେଶକ ଡ.ସୂର୍ଯ୍ୟନାରାୟଣ ପାଢ଼ୀ ଏବଂ ଚନ୍ଦ୍ରଶେଖରପୁର ଇ.ଏସ୍.ଆଇ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ଡ. ଅମୀୟ କୁମାର ସାମଲ ପ୍ରମୁଖ ଏମଓୟୁ ସ୍ୱାକ୍ଷର କରିଥିଲାବେଳେ, ଇ.ଏସ୍.ଆଇ.ସି ପକ୍ଷରୁ ଇଷ୍ଟ ଜୋନର ମେଡ଼ିକାଲ କମିଶନର ଡ. ରଚିତା ବିଶ୍ୱାସ, ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ଆଞ୍ଚଳିକ ନିର୍ଦ୍ଦେଶକ ରୁଦ୍ରଦୀପ ଦତ୍ତ, ରାଜ୍ୟ ମେଡ଼ିକାଲ ଅଫିସର ଡ. ଆଭା ତିର୍କୀ ଏବଂ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର (I/c) ସନ୍ଦୀପ ଗୋଏଲ ପ୍ରମୁଖ ଏହି ଚୁକ୍ତିପତ୍ରରେ ସ୍ୱାକ୍ଷର କରିଥିଲେ । ଏହି ନୂତନ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦ୍ୱାରା ଆଗାମୀ ଦିନରେ ରାଜ୍ୟର ଶ୍ରମିକ ଓ ବୀମାଭୁକ୍ତ କର୍ମଚାରୀମାନେ ଅତ୍ୟାଧୁନିକ ଚିକିତ୍ସା ସେବା ପାଇପାରିବେ ।

Post Views53 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!