କେନ୍ଦ୍ରାପଡାର ଫୁଡ୍ ସେଫ୍ଟି ଅଫିସର ବିଭାଶ ମଜୁମଦାରଙ୍କୁ ଧରିଲା ଭିଜିଲାନ୍ସ

ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଫୁଡ୍ ସେଫ୍ଟି ଅଧିକାରୀ । କେନ୍ଦ୍ରାପଡାର ଫୁଡ୍ ସେଫ୍ଟି ଅଫିସର ବିଭାଶ ମଜୁମଦାରଙ୍କୁ ଧରିଲା ଭିଜିଲାନ୍ସ ।

ବାବା ପଲିଟ୍ରେଡ୍ରସ ଲାଇସେନ୍ସ ରିନୁ ପାଇଁ ମାଲିକ ସଞ୍ଜୟ ପ୍ରଧାନଙ୍କୁ ବାରମ୍ବାର ହଇରାଣ କରୁଥିଲେ। ଆଗରୁ ୪୦ ହଜାର ଟଙ୍କା ନେଇଥିଲେ। ଆଉ ଅବଶିଷ୍ଟ ଟଙ୍କା ନେବାକୁ ଆଜି ସମୟ ଦେଇଥିଲେ । ନିର୍ଦ୍ଧାରିତ ସମୟରେ ଜାତୀୟ ରାଜପଥ ତିନିମୁହାଣୀ ଛକରୁ ଭିଜିଲାନ୍ସ ଟିମ୍ ତାଙ୍କୁ ଅପେକ୍ଷା କରିଥିଲେ।

ସଞ୍ଜୟଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ତାଙ୍କୁ କାବୁ କରିଛି। ଭିଜିଲାନସ୍ ଟିମ୍ ଭଡ଼ା ଘର, ପୈତୃକ ଘରେ ରେଡ କରିଛି । ଭିଜିଲାନସ୍ ଟିମ୍‌କୁ ଦେଖି କାନ୍ଦିବା ଆରମ୍ଭ କରିଥିଲେ ଫୁଡ୍ ସେଫ୍ଟି ଅଧିକାରୀ ।

Post Views10 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!