ତିଖିରି ସରପଞ୍ଚ ଚାମେଲି ଓଝା ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି । ଦୁର୍ବ୍ୟବହାର ଓ ତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଓଡ଼ିଆରେ ଲେଖିଲେ ଚିଠି । ତ୍ୱରିତ ହସ୍ତକ୍ଷେପ ଓ ନ୍ୟାୟ ଦାବି କଲେ । ପୂର୍ବରୁ ହସ୍ତକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ।ବହୁ ବାଦବିବାଦରେ ଚାମେଲିଙ୍କୁ ମିଳିଛି ଜାମିନ୍ ।
ଗତକାଲି ଚାମେଲିଙ୍କୁ ଜାମିନ ପ୍ରଦାନ କରିଛନ୍ତି ଏସ୍ଡିଜେଏମ୍ କୋର୍ଟ । ମହାକାଳପଡ଼ା ପୁଲିସ୍ ଏସଆଇ ଓ ହୋମଗାର୍ଡଙ୍କୁ ଆକ୍ରମଣ ଅଭିଯୋଗରେ ଚାମେଲିଙ୍କୁ ଜାମିନ୍ ମିଳିଛି । ଏବେ ବି କେନ୍ଦ୍ରାପଡ଼ା ମେଡିକାଲ୍ରେ ଚିକିତ୍ସାଧିନ ଅଛନ୍ତି ଚାମେଲି ।
ଗତକାଲି ମହାକାଳପଡ଼ା ପୁଲିସ୍ ଚାମେଲି ଓ ତାଙ୍କ ଭାଇଙ୍କ ଫୋନ୍ ତାଙ୍କ ବାପାଙ୍କୁ ଫେରାଇ ଦେଇଛି । ସେପଟେ ଚାମେଲିଙ୍କ ଏତଲା ଆଧାରରେ ଜଣଙ୍କୁ ଗିରଫ କରାଯାଇଥିବାବେଳେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନଥିବା ଚାମେଲି ଅଭିଯୋଗ କରିଛନ୍ତି ।

