ଭାରତ ପାକିସ୍ତାନକୁ ୧୯ ରନ୍‌ରେ କଲା ପରାସ୍ତ

ଫାଇନାଲ ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ୧୯ ରନ୍‌ରେ ପରାସ୍ତ କରିଛି । ଫାଇନାଲରେ ଭାରତର ବ୍ୟାଟିଂ ଓ ପରେ ବୋଲରଙ୍କ ଲଢ଼ୁଆ ପ୍ରଦର୍ଶନ ଦଳକୁ ଚାମ୍ପିଅନ୍ କରିଛି । ପୂର୍ବରୁ ଭାରତୀୟ ମହିଳା ଦଳ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲା। ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଚମତ୍କାର ପ୍ରଦର୍ଶନ କରି ପାକିସ୍ତାନକୁ ପରାସ୍ତ କରିଛି । ପୁରୁଷ ଏବଂ ମହିଳା ଉଭୟ କ୍ରିକେଟରେ ଚମତ୍କାର ପ୍ରଦର୍ଶନ କରି ଭାରତ ସ୍ୱର୍ଣ୍ଣ ଜିତିବାରେ ସଫଳ ହୋଇଛି ।

ଭାରତୀୟ ଦଳର ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ । ଭାରତର ଆରମ୍ଭ ଖୁବ୍ ଭଲ ହୋଇନଥିଲା । ଦଳ ପକ୍ଷରୁ ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀ ଇନିଂସ୍ ଆରମ୍ଭ କରିଥିଲେ । ବୈଭବ କିଛି ଭଲ ଷ୍ଟ୍ରୋକ୍ ଖେଳିଥିଲେ ଏବଂ ଲାଗୁଥିଲା ଯେ ସେ ଏକ ବଡ଼ ଇନିଂସ୍ ଖେଳିବେ । କିନ୍ତୁ ତାହା ହୋଇନଥିଲା। ସେ ୯ ବଲରୁ ମାତ୍ର ୧୫ ରନ୍ କରି ଆଉଟ୍ ହୋଇଥିଲେ। ତାଙ୍କ ଇନିଂସ୍‌ରେ ଦୁଇଟି ଛକା ଥିଲା । ଏହାପରେ ତୃତୀୟ ସ୍ଥାନରେ ଆସିଥିବା ସଞ୍ଜୁ ସାମସନ୍ ମଧ୍ୟ ଶୀଘ୍ର ଆଉଟ୍ ହୋଇଥିଲେ। ସେ ୪ ବଲରୁ ମାତ୍ର ୨ ରନ୍ କରିଥିଲେ । ତେବେ ଅଭିଷେକ ଶର୍ମା ଗୋଟିଏ ପଟେ ଇନିଂସ୍ ସମ୍ଭାଳିଥିଲେ । ତାଙ୍କୁ ଅଧିନାୟକ ଶ୍ରେୟସ ଆୟର କିଛି ସମୟ ପାଇଁ ସାଥ୍ ଦେଇଥିଲେ । ଶ୍ରେୟସ ଆୟର ଧୀରେ ବ୍ୟାଟିଂ କରୁଥିଲେ । ପରେ ଦ୍ରୁତ ରନ୍ କରିବାକୁ ଚେଷ୍ଟା କରି ସେ ଆଉଟ୍ ହୋଇଥିଲେ । ସେ ୨୪ ବଲରୁ ୨୧ ରନ୍ କରିଥିଲେ

Post Views62 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!