ଭାରତୀୟ ବାୟୁସେନାକୁ ମିଳିବ ନୂଆ ମୁଖିଆ । ଆଜିଠୁ ୨୯ତମ ବାୟୁସେନା ମୁଖ୍ୟ ଭାବେ ଦାୟିତ୍ୱ ସମ୍ଭାଳିବେ ଏୟାର ମାର୍ଶାଲ ଆଶୁତୋଷ ଦୀକ୍ଷିତ । ଏୟାର ଚିଫ୍ ମାର୍ଶାଲ ଅମର ପ୍ରୀତ ସିଂହଙ୍କ ଅବସର ପରେ ବାୟୁସେନାର ସର୍ବୋଚ୍ଚ ପଦବୀରେ ତାଙ୍କୁ ମିଳିବ ନୂଆ ଦାୟିତ୍ୱ ।
୧୯୮୬ ମସିହା ଡିସେମ୍ବରରେ ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ବିଭାଗରେ କମିଶନ ହୋଇଥିଲେ ଆଶୁତୋଷ ଦୀକ୍ଷିତ । ଦୀର୍ଘ ବର୍ଷର ସାମରିକ ଅଭିଜ୍ଞତା ଏବଂ ଦକ୍ଷତା ବଳରେ ସେ ଆଜି ବାୟୁସେନାର ସର୍ବୋଚ୍ଚ ପଦବୀରେ ପହଞ୍ଚିବାକୁ ଯାଉଛନ୍ତି । ତାଙ୍କର ରହିଛି ୩୫୦୦ ଘଣ୍ଟାରୁ ଅଧିକ ଉଡ଼ାଣ ଅଭିଜ୍ଞତା । ଏହାସହ ସେ ୨୦ରୁ ଅଧିକ ପ୍ରକାରର ଲଢ଼ୁଆ ବିମାନ ଉଡ଼ାଇବାର ଅଭିଜ୍ଞତା ହାସଲ କରିଛନ୍ତି ।
ଆଶୁତୋଷ ଦୀକ୍ଷିତ କେବଳ ଜଣେ ଦକ୍ଷ ପାଇଲଟ୍ ନୁହନ୍ତି, ବରଂ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ତାଙ୍କର ରହିଛି ଗଭୀର ଅଭିଜ୍ଞତା । ସେ ନ୍ୟାସନାଲ ଡିଫେନ୍ସ ଏକାଡେମୀ, ଡିଫେନ୍ସ ସର୍ଭିସେସ୍ ଷ୍ଟାଫ୍ କଲେଜ ଏବଂ ନ୍ୟାସନାଲ ଡିଫେନ୍ସ କଲେଜର ପୂର୍ବତନ ଛାତ୍ର । ନିଜ କାର୍ଯ୍ୟକାଳ ମଧ୍ୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିଚାଳନାଗତ ଏବଂ ପ୍ରଶାସନିକ ଦାୟିତ୍ୱ ତୁଲାଇଛନ୍ତି ।
ବିଶେଷ କରି ଅପରେସନ୍ ସିନ୍ଦୂର ସମୟରେ ତାଙ୍କ ଭୂମିକା ଥିଲା ବେଶ୍ ଗୁରୁତ୍ୱପୂର୍ଣ୍ଣ । ସମନ୍ୱିତ ପ୍ରତିରକ୍ଷା କର୍ମଚାରୀଙ୍କ ମୁଖ୍ୟ ଭାବେ ସେ ଦାୟିତ୍ୱ ତୁଲାଇଥିଲେ । ଏହାସହ ଜୁଲାଇ ୨୦୨୬ରେ ବାୟୁସେନାର ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

