ମା ଭଳି ଦେଉଥିଲେ ସୁରକ୍ଷା ଛାତିକୁ ହେଲା ଗୁଳି

ରାଷ୍ଟ୍ରପତି ଭବନର ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଜଣେ ଯବାନଙ୍କୁ ବାଗପତରେ ଗୁଳିମାଡ଼ କରାଯାଇଛି । ଆହତ ଯବାନଙ୍କ ନାମ ସୌରଭ ତୋମର । ତାଙ୍କ ମୁଣ୍ଡରେ ଗୁଳି ବାଜିଥିବା ବେଳେ ଚିକିତ୍ସା କରାଯାଇ ଗୁଳି ବାହାର କରାଯାଇଛି । ବର୍ତ୍ତମାନ ମେରଠର ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ଘଟଣା ପରେ ବାଗପତ ପୋଲିସ ଏଫଆଇଆର ରୁଜୁ କରିଛି ।

ଖବର ମୁତାବକ, ୨୮ ବର୍ଷୀୟ ସୌରଭ ତୋମର ରାଷ୍ଟ୍ରପତିଙ୍କ ବଡିଗାର୍ଡର ଘୋଡ଼ାସବାର ୟୁନିଟରେ କାର୍ଯ୍ୟ କରନ୍ତି । ସେ ନିଜ ଗାଁ ଗୋପାଳପୁର ଖଡ଼ାନାକୁ ଆସିଥିଲେ । ଦୀପାବଳି ଦିନ ନିଜ ଭାଇ ବିନୀତଙ୍କ ସହ ଘର ବାହାରେ ଠିଆ ହୋଇଥିବା ସମୟରେ ଗାଁର ଧୀରଜ ଓ ମୋନୁ ଓରଫ ପ୍ରବୀଣ ସେଠାରେ ପହଞ୍ଚିଥିଲେ । କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହାପରେ ଦୁଇ ଅଭିଯୁକ୍ତ ଗୁଳି ଚଳାଇଥିଲେ । ଗୁଳିଟି କାନ୍ଥରେ ବାଜି ଦିଗ ବଦଳାଇ ସୌରଭଙ୍କ ମୁଣ୍ଡରେ ବାଜିଥିଲା । ଫଳରେ ଉଭୟ ଭାଇ ଆହତ ହୋଇଥିଲେ ।

ଘଟଣାକୁ ନେଇ ସୌରଭଙ୍କ ବାପା ଜନକରାଜ କହିଛନ୍ତି ଯେ, ପୁରୁଣା ଶତ୍ରୁତାକୁ କେନ୍ଦ୍ର କରି ଇନ୍ଦ୍ରପାଳଙ୍କ ପୁଅ ଧୀରଜ ଓ ମୋନୁ ଏହି ଘଟଣା ଘଟାଇଛନ୍ତି ।

ଅନ୍ୟପଟେ ବାଗପତ ପୋଲିସ ମୁତାବକ, ନଭେମ୍ବର ୮ ତାରିଖ ରାତି ୯ଟା ୪୫ରେ ରମାଲା ଥାନାକୁ ଗୁଳିକାଣ୍ଡ ସମ୍ପର୍କରେ ସୂଚନା ମିଳିଥିଲା । ଏହାପରେ ପୋଲିସ ତୁରନ୍ତ ମାମଲା ରୁଜୁ କରି କରିଛି ।

Post Views102 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!