ପେଟ୍ରୋଲ୍‌ ଭଳି ପମ୍ପ୍‌ରେ ମିଳିବ ଇଥାନଲ୍‌

ଦେଶରେ ଇଥାନଲ୍‌ ପମ୍ପ୍ ସ୍ଥାପନ କରିବା ଲାଗି କେନ୍ଦ୍ର ସରକାର ଯୋଜନା ରଖିଛନ୍ତି। ଏନେଇ ଏକ ସ୍ବତନ୍ତ୍ର ନୀତି ପ୍ରସ୍ତୁତ କରାଯିବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ କହିଛନ୍ତି। ପେଟ୍ରୋଲ୍‌ ପମ୍ପ୍‌ରୁ ‌ଲୋକମା‌ନେ ଯେଭଳି ପେଟ୍ରୋଲ୍‌ ଓ ଡିଜେଲ୍ କିଣିପାରୁଛନ୍ତି, ସେହିପରି ସ୍ବତନ୍ତ୍ର ଧରଣର ପମ୍ପ୍‌ରୁ ସେମାନେ ଇଥାନଲ୍‌ କିଣିପାରିବେ।

ବର୍ତ୍ତମାନ ଅଳ୍ପ ପରିମାଣ ଇଥାନଲ୍‌କୁ ପେଟ୍ରୋଲ୍‌ରେ ମିଶାଇ ବିକ୍ରି କରାଯାଉଛି। ଇଥାନଲ୍‌ ମିଶ୍ରଣ ହାରକୁ ୨୦%ରେ ପହଞ୍ଚାଇବା ଲାଗି ୧୦୦୦ ଲିଟର ଇଥାନଲ୍‌ ଦରକାର। ବଜାଜ, ହିରୋ ଓ ଟିଭିଏସ୍‌ ଭଳି କଂପାନି ଏଭଳି ମୋଟରସାଇକଲ୍ ନିର୍ମାଣ କରିବା ଲାଗି ପ୍ରସ୍ତୁତ ହୋଇଛନ୍ତି ଯାହା ୧୦୦% ବାୟୋଇଥାନଲ୍‌ରେ ଚାଲିପାରିବ।

ଅଟୋରିକ୍ସା ମଧ୍ୟ ଇଥାନଲ୍‌ରେ ଚାଲିବ ବୋଲି ସେ କହିଛନ୍ତି।ପ୍ରଥମେ ନୀତି ପ୍ରସ୍ତୁତ ହେବ ଓ ସେହି ଅନୁସାରେ ଦେଶବ୍ୟାପୀ ଇଥାନଲ୍‌ ପମ୍ପ୍ ସ୍ଥାପନ କରାଯିବ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!