ନିରାଡମ୍ବର ଭାବେ ହେଲା ଅଫିସର ଯୋଡିଙ୍କ ବିବାହ, ସୁନ୍ଦର ନିଷ୍ପତ୍ତି ନେଇ ଚର୍ଚ୍ଚାରେ ଅଫିସର

ଟଙ୍କା ଥିଲେ ସମସ୍ତେ ବିବାହକୁ ଗ୍ରାଣ୍ଡ କରିବାକୁ ଚାହାନ୍ତି। ଡେଷ୍ଟିନେସନ୍‌ ୱେଡିଂ କରନ୍ତି। କିନ୍ତୁ ଏବେ ବି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ବିବାହ ରେ ଅଧିକ ଟଙ୍କା ଖର୍ଚ୍ଚ ନକରି ସେହି ଟଙ୍କାରେ କିଛି ଭଲ କାର୍ଯ୍ୟ କରିବାକୁ ଚାହାନ୍ତି। ଜଣେ ଅଫିସର ଯୋଡି ଏଭଳି କିଛି କରି ଚର୍ଚ୍ଚାକୁ ଆସିଛନ୍ତି। ଭାରତୀୟ ଡ଼ାକସେବାର ଅଧିକାରୀ ଶିବମ୍ ତ୍ୟାଗୀ ଓ ଭାରତୀୟ ରାଜସ୍ବ ସେବାର ଅଧିକାରୀ ଥିବା ଆର୍ଯ୍ୟା ନାୟର ଜାନୁୟାରୀ ୨୭ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଉଭୟ କେରଳର କୋଟ୍ଟାୟମରେ ବିବାହ କରିଛନ୍ତି । ବିବାହ ପରେ ଏମିତି ଏକ ଶପଥ ନେଇଛନ୍ତି ଯାହାକୁ ନେଇ ଚର୍ଚ୍ଚା।
ବାସ୍ତବରେ ଶିବମ୍ ଓ ଆର୍ଯ୍ୟା ସବ-ରେଜିଷ୍ଟ୍ରର ଅଫିସରେ ବିବାହ କରିଥିଲେ। ଉଭୟ ନିଷ୍ପତ୍ତି ନେଇଥିଲେ ଯେ ଦୁହେଁ ଯାକଜକମରେ ବିବାହ ଉତ୍ସବ ନକରି। ସେହି ଟଙ୍କା ଏବଂ ନିଜ ଦରମାକୁ ମିଶାଇ ଏକ ଅନାଥାଶ୍ରମର ୨୦ ଜଣ ପିଲାଙ୍କ ପାଠପଢା ଖର୍ଚ୍ଚ ବହନ କରିବେ।
୨୦୨୧ ବ୍ୟାଚର ଆଇଆରଏସ ଅଧିକାରୀ ଆର୍ଯ୍ୟା। ତାଙ୍କ ବାପା ମାଆ ସରକାରୀ ସେବାରୁ ଅବସର ନେଇଛନ୍ତି। ପ୍ରଥମେ ସେମାନେ ଏଭଳି ନିରାଡ଼ମ୍ବର ବିବାହକୁ ପସନ୍ଦ କରି ନଥିଲେ । ଅନେକ ଅତିଥୀଙ୍କୁ ସେ ନିମନ୍ତ୍ରଣ କରିବାକୁ ମଧ୍ୟ ଚାହୁଁଥିଲେ । କିନ୍ତୁ ବର୍ତ୍ତମାନ ସମସ୍ତେ ତାଙ୍କ ନିଷ୍ପତ୍ତିକୁ ପ୍ରଶଂସା କରୁଛନ୍ତି।
ଇଞ୍ଜିନିୟରିଂ ସ୍ନାତକ କରିଥିବା ଆର୍ଯ୍ୟା କହିଛନ୍ତି ଯେ ତାଙ୍କ ନିଷ୍ପତ୍ତି ସେମାନଙ୍କୁ ପ୍ରେରଣା ଦେବ ଯେଉଁମାନେ ବିପୁଳ ଟଙ୍କା ଖର୍ଚ୍ଚ କରି ବିବାହ କରିବାକୁ ଚାଁହୁଛନ୍ତି | ଏନେଇ ଶିବମ୍ କହିଛନ୍ତି, “ଏକ ସରଳ ବିବାହର ଧାରଣା ଆର୍ଯ୍ୟାଙ୍କ ପାଖରୁ ଆସିଥିଲା। ମୋର ସମ୍ପର୍କୀୟମାନଙ୍କ ପାଇଁ ଏହା ଏକ ଝଟକା ଥିଲା କାରଣ ସେମାନେ ବିବାହ ଉତ୍ସବକୁ ଅପେକ୍ଷା କରିଥିଲେ । ଆଗାମୀ ବର୍ଷରେ ମଧ୍ୟ ଆମେ ଅନାଥ ଆଶ୍ରମର ଛାତ୍ରମାନଙ୍କୁ ସେମାନଙ୍କର ପାଠପଢା ଖର୍ଚ୍ଚ ଦେବାରେ ସାହାଯ୍ୟ କରିବୁ।

Post Views14 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!