କପିଳାସ ପୀଠରେ ଭକ୍ତଙ୍କ ନାହିଁ ନଥିବା ଭିଡ

କପିଳାସ ବାବା ପାର କରେଗା ଧ୍ୱନିରେ କପିଳାସ ପୀଠ ପ୍ରକମ୍ପିତ ହେଉଛି। ଚଳିତବର୍ଷ ଅଧିକ ମହିଳା ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଭକ୍ତମାନେ ମନ୍ଦିର ପରିସରରେ ମାନସିକ କରି ଦୀପ ଜଳାଉଥିବାରୁ ସମଗ୍ର କପିଳାସ ପୀଠ ଦୀପମୟ ହୋଇଯାଇଛି। ଦିନରେ ଠାକୁରଙ୍କ ନୀତିକାନ୍ତି ପରେ ସନ୍ଧ୍ୟା ପରଠାରୁ ରାତିରେ ଠାକୁରଙ୍କ ଷୋଡ଼ଶ ଉପଚାର ପୂଜା, ରାଜଦର୍ଶନ, ସ୍ବର୍ଣ୍ଣ ଅଳଙ୍କାରରେ ନାଗାଭରଣ ବେଶ, ରୁଦ୍ରାଭିଷେକ ଏବଂ ରାତି ୪ଟା ୯ ମିନିଟରେ ମହାଦୀପ ମନ୍ଦିର ଚୂଡ଼ାକୁ ଉଠିବ।
ଚଳିତବର୍ଷ ଭକ୍ତଙ୍କ ସୁବିଧା ପାଇଁ ବାରବାଙ୍କ ରାସ୍ତା ସମ୍ପୂର୍ଣ୍ଣ ଆଲୋକୀକରଣ, ପାହାଚ ରାସ୍ତାକୁ ସଫାସୁତରା ଓ ଆଲୋକ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ଆଶୁ ଚିକିତ୍ସା ବ୍ୟବସ୍ଥା ମଧ୍ୟ କରାଯାଇଛି । ଜିଲାପାଳ ସରୋଜ କୁମାର ସେଠୀ, ଏସ୍ପି ଜ୍ଞାନରଞ୍ଜନ ମହାପାତ୍ର ସମସ୍ତ ନିତିକାନ୍ତି ଓ ଆଇନଶୃଙ୍ଗଳା ବ୍ୟବସ୍ଥାର ତଦାରଖ କରୁଛନ୍ତି । ମୁଖ୍ୟ ମନ୍ଦିର ସମେତ ଅନ୍ୟ ମନ୍ଦିରଗୁଡିକୁ ରଙ୍ଗିନ ଆଲୋକମାଳାରେ ସଜ୍ଜା ଯାଇଛି। ମା’ପାର୍ବତୀଙ୍କ ମନ୍ଦିର ସମେତ କାଶୀ ବିଶ୍ୱନାଥ, ନାରାୟଣ, ଭୁବନେଶ୍ୱରୀଙ୍କ ମନ୍ଦିରରେ ମଧ୍ୟ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଲାଗି ରହିଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୧୪ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

Post Views25 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!