ଓଇଆର୍‌ସି ଅଧ୍ୟକ୍ଷ ହେଲେ ସୁରେଶ ମହାପାତ୍ର

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍‌ସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ସେ ଯେବେ ଠାରୁ ଦାୟିତ୍ବ ଗ୍ରହଣ କରିବେ ସେବେଠାରୁ ତାଙ୍କ କାର୍ଯ୍ୟକାଳ ଆରମ୍ଭ ହେବ ବୋଲି ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଶ୍ରୀ ମହାପାତ୍ରଙ୍କର ଆସନ୍ତା ୨୮ତାରିଖରେ ମୁଖ୍ୟ ସଚିବ ଭାବେ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ଏହା ପୂର୍ବରୁ ରାଜ୍ୟ ସରକାର ଏହି ନିଯୁକ୍ତି ଦେଇଛନ୍ତି।ଓଇଆର୍‌ସି ଅଧ୍ୟକ୍ଷ ଭାବେ ଉପେନ୍ଦ୍ର ନାଥ ବେହେରାଙ୍କର ୧୫ ଜାନୁଆରି ୨୦୨୨ରେ କାର୍ଯ୍ୟକାଳ ‌ଶେଷ ହେବା ପରେ ଅଧ୍ୟକ୍ଷ ପଦବି ଖାଲି ପଡ଼ିଥିଲା।

ଏହି ପଦବି ବହୁ ଗୁରୁତ୍ବପୂର୍ଣ୍ଣ ହୋଇଥିଲେ ବି ରାଜ୍ୟ ସରକାର କାହାକୁ ନିଯୁକ୍ତି ଦେଇନଥିଲେ। ଏପରିକି ଶ୍ରୀ ବେହେରାଙ୍କ କାର୍ଯ୍ୟକାଳ ଶେଷ ହେବାର ପରଦିନ ଅର୍ଥାତ୍ ୧୬ ଜାନୁଆରି ୨୦୨୨ରେ ଓଇଆରସି ଅଧ୍ୟକ୍ଷ ନିଯୁକ୍ତି ପାଇଁ ରାଜ୍ୟ ସରକାର ବିଜ୍ଞାପନ ଦେଇଥିଲେ। ଜାନୁଆରି ୨୧ ତାରିଖ ସୁଦ୍ଧା ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିବାକୁ ଆହ୍ବାନ କରାଯାଇଥିଲା। ହେଲେ ଏହାପରେ ବି କାହାକୁ ନିଯୁକ୍ତି ଦିଆଯାଇନଥିଲା।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!