ଓଲିଉଡ୍‌ ଅଭିନେତ୍ରୀ ଅନୁ ଚୌଧୁରୀ ସନ୍ତାନର ବ୍ରାଣ୍ଡ୍‌ ଆମ୍ବାସାଡର

ଦେଶର ପ୍ରମୁଖ ହେଲ୍‌ଥ ଷ୍ଟାର୍ଟଅପ ସନ୍ତାନ ଫର୍ଟିଲିଟି କ୍ଲିନିକ୍‌ ଆଣ୍ଡ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ ଓଲିଉଡ୍‌ ଅଭିନେତ୍ରୀ ଅନୁ ଚୌଧୁରୀ ସନ୍ତାନର ବ୍ରାଣ୍ଡ୍‌ ଆମ୍ବାସାଡର ବୋଲି ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି।

ବିଶେଷ କରି ଜାତୀୟ ପୁରସ୍କାର ବିଜେତା ଓଲିଉଡ୍‌ ଅଭିନେତ୍ରୀ ଅନୁ ଚୌଧୁରୀ ସନ୍ତାନର ନୂଆ ବ୍ରାଣ୍ଡ୍‌ ଆମ୍ବାସାଡର୍‌ ଭାବେ ନିଯୁକ୍ତ ହୋଇଥିବା ଜଣାପଡିଛି। ଏପରିକି ନିକଟରେ ବ୍ରାଣ୍ଡ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ଅନୁ ଚୌଧୁରୀଙ୍କ ଅଭିନୀତ ନୂଆ ଅଡିଓ ଭିଜୁଆଲର କମର୍ସିଆଲ ଶୁଭାରମ୍ଭ କରାଯାଇଥିଲା।

ଏ ସମ୍ପର୍କରେ ଅନୁ ଚୌଧୁରୀ କହିଛନ୍ତି, ସନ୍ତାନ ଭଳି ଏକ ଜାତୀୟ ବ୍ରାଣ୍ଡ୍‌ ସହ ଜଡିତ ହେବା ମୋ ପାଇଁ ଗର୍ବର ବିଷୟ। ବିଗତ ୭ ବର୍ଷ ମଧ୍ୟରେ ସନ୍ତାନ ତା’ର ‘ସାଇନ୍ସ ଫର୍‌ ସ୍ମାଇଲ୍‌ସ’ ଅଭିଯାନ ମାଧ୍ୟମରେ ଏକ ସମାନୁଭୂତି ଶୈଳୀରେ ସର୍ବୋତ୍ତମ ଟେକ୍ନୋଲୋଜିର ବ୍ୟବହାର କରି ଓଡିଶାର ୭୦୦୦ରୁ ଅଧିକ ଦମ୍ପତିଙ୍କ ଜୀବନରେ ଖୁସି ଆଣିପାରିଛି।

ସେହିପରି ସନ୍ତାନର ସହପ୍ରତିଷ୍ଠାତା ଓ କ୍ଲିନିକାଲ ଡାଇରେକ୍ଟର ଡା. ଦୀପିକା କେ.ଏନ୍‌ ପାଢୀ କହିଛନ୍ତି, ଯେତେବେଳେ ବ୍ରହ୍ମପୁରରେ ଆମର ପ୍ରଥମ ସେଣ୍ଟର୍‌ ସହ ଆମେ ସେବା ଆରମ୍ଭ କରିଥିଲୁ,ସେତେବେଳେ ଏହାର ସମ୍ଭାବ୍ୟତା ଉପରେ ଅନେକ ସନ୍ଦେହ ସୃଷ୍ଟି ହୋଇଥିଲା। ଆମେ ନୂତନ ଟେକ୍ନୋଲୋଜି ଓ ଆବଶ୍ୟକ ସେବାକୁ ନେଇ ଆମର ନିଷ୍ପତ୍ତିି ଉପରେ ସ୍ଥିର ରହିଥିଲୁ।

Post Views36 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!