ଡିଏମ୍‌ଡି ରୋଗୀଙ୍କୁ ମିଳିବ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା

ଏଣିକି ଡିଏମ୍ଡି ଆକ୍ରାନ୍ତଙ୍କୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିବ। ଏହି ସହାୟତା ଅର୍ଥ ପାଇବା ପାଇଁ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହି ଖର୍ଚ୍ଚ ବହନ କରାଯିବ। ଏହି ଅର୍ଥକୁ ରୋଗୀମାନେ ନିଜ ପାଇଁ ବିଦ୍ୟୁତ ଚାଳିତ ହ୍ୱିଲ୍ ଚେୟାର କିଣିବା, ଉପଯୁକ୍ତ ଫିଜିଓଥେରାପି, ଜେନେଟିକ୍ ଟେଷ୍ଟ ଏବଂ ସୁପରସ୍ପେଶାଲିଟି ଅନୁଷ୍ଠାନରେ ଚିକିତ୍ସା ବାବଦରେ ଖର୍ଚ୍ଚ କରିପାରିବେ।

ଜିଲ୍ଲାପାଳଙ୍କ ଜରିଆରେ ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ରୋଗୀଙ୍କ ପରିବାର ଲୋକେ ଏଥିପାଇଁ ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିବେ। ଏହି ଆବେଦନକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅବା ଜନସ୍ୱାସ୍ଥ୍ୟ ଅଧିକାରୀ ଯାଞ୍ଚ କରିବେ।

ଯଦି ଆବେଦନପତ୍ର ବୈଧ ଥାଏ ତା ହେଲେ ସହାୟତା ଦେବା ପାଇଁ ସେମାନେ ଜିଲ୍ଲାପାଳଙ୍କୁ ସୁପାରିସ କରିବେ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!