ପାକିସ୍ତାନରେ ହିଂସାତ୍ମକ ବିକ୍ଷୋଭ ।ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫ ପରେ ପାକିସ୍ତାନରେ ସ୍ଥିତି ଆଣାୟତ୍ତ ହୋଇଛି ।ପାକିସ୍ତାନର ଅନେକ ବଡ଼ ବଡ଼ ସହରରେ ରାସ୍ତାକୁ ଓହ୍ଲାଇଛନ୍ତି ଇମ୍ରାନଙ୍କ ସମର୍ଥକ । ସେନା ଏବଂ ସରକାରଙ୍କ ବିରୋଦ୍ଧରେ ବିଭିନ୍ନ ସ୍ଥାନରେ ବିରୋଧ ଜାରି ରହିଛି । ସମଗ୍ର ଦେଶରୁ ହିଂସା ଘଟଣା ସାମ୍ନାକୁ ଆସିଛି ।ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା ଓ ପୋଡାଜଳା କରିଛନ୍ତି ଇମ୍ରାନଙ୍କ ସମର୍ଥକ ।ହିଂସାକୁ ଦୃଷ୍ଟିରେ ରଖି ପାକିସ୍ତାନରେ ୧୪୪ଧାରା ଲାଗୁ କରାଯାଇଛି । ମୋବାଇଲ ଇଣ୍ଟରନେଟ ସମେତ ଟ୍ବିଟର ସେବା ଓ ସମସ୍ତ ସୋସିଆଲ ମିଡିଆ ସାଇଟ୍ ମଧ୍ୟ ବନ୍ଦ ରହିଛି ।ଗତକାଲି ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରାଯାଇଥିଲା । ମାମଲାର ଶୁଣାଣି ବେଳେ ଇସଲାମାବାଦ ହାଇକୋର୍ଟ ପରିସରରୁ ଗିରଫ କରିଥିଲା ପାକିସ୍ତାନ ରେଞ୍ଜର୍ସ । ହିଂସାକାଣ୍ଡରେ ଇମ୍ରାନଙ୍କ ୬ ଜଣ ସମର୍ଥକଙ୍କ ମୃ୍ତ୍ୟୁ ଘଟିଛି ।

