`ଆଦିପୁରୁଷ’ର ପ୍ରଥମ ଗୀତ ରିଲିଜ

ରିଲିଜି ହେଲା ଅପକମିଂ ଫିଲ୍ମ ଆଦିପୁରୁଷର ପ୍ରଥମ ଗୀତ ଜୟ ଶ୍ରୀରାମ । ଏହାର ଲିରିକ୍ସ ଓ ଦୃଶ୍ୟ ଦେଖିବା ପରେ ଫ୍ୟାନ୍ସ ଭାବବିହ୍ୱଳ ହୋଇପଡ଼ିଛନ୍ତି । ଓମ ରାଉତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମକୁ ନେଇ ଦର୍ଶକ ଖୁବ ଉତ୍ସାହିତ ଅଛନ୍ତି । ମନୋଜ ମୁନ୍ତାଶିର ଶୁକ୍ଳା ଗୀତଟିକୁ ଲେଖିଥିବାବେଳେ ଅଜୟ-ଅତୁଲ ଏଥିରେ କଣ୍ଠଦାନ କରିଛନ୍ତି । ମନମୋହି ନେଉଛି ଗୀତର ଦୃଶ୍ୟ । ଯେଉଁଥିରେ ପ୍ରଭାସ ଶ୍ରୀରାମଙ୍କ ଭୂମିକାରେ ଖୁବ ସୁନ୍ଦର ଦିଶୁଛନ୍ତି । ସେହିପରି କ୍ରୀତି ସାନନ ମାତା ଜାନକୀଙ୍କ ଭୂମିକାରେ ନିଜ ସୁନ୍ଦରତାରେ ଦର୍ଶକଙ୍କ ମନ କିଣିଛନ୍ତି । ଗୀତଟି ରିଲିଜ ପରେ ଫ୍ୟାନ୍ସ ଏହାକୁ ନେଇ ଖୁବ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ରଖିଛନ୍ତି । ତେବେ ଆସନ୍ତା ଜୁନ ମାସ ୧୬ ତାରିଖରେ ଉଭୟ ହିନ୍ଦୀ ଓ ତେଲୁଗୁ ଭାଷାରେ ରିଲିଜ ହେବ ଆଧ୍ୟାତ୍ମିକ ଫିଲ୍ମ ‘ ଆଦିପୁରୁଷ’ ।

Post Views19 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!