ପିଲାଙ୍କ ପାଇଁ ସ୍ବତନ୍ତ୍ର ପୋଷାକ, ଟି-ସାର୍ଟ ପିନ୍ଧିଲେ ଆଉ ବୁଡିବେନି

ସୋସିଆଲ ମିଡିଆରେ ଅନେକ ରୋଚକ ଭିଡିଓ ସାମ୍ନାକୁ ଆସେ। ଯାହାକୁ ଅନେକ ଶିଳ୍ପପତି ଏବଂ ଲୋକପ୍ରିୟ ବ୍ୟକ୍ତିତ୍ବ ସେୟାର କରନ୍ତି। ନିକଟରେ ସେମିତି ଏକ ଭିଡିଓ ସେୟାର କରିଛନ୍ତି ଶିଳ୍ପପତି ଆନନ୍ଦ ମହିନ୍ଦ୍ରା। ଯେଉଁଥିରେ ଦେଖିବାକୁ ମିଳିଛି ଅଳ୍ପ ପାଣିରେ ବୁଡାଯାଉଛି। ଏହା ଶିଶୁଙ୍କ ପାଇଁ ତିଆରି ହୋଇଥିବା ଏକ ସ୍ବତନ୍ତ୍ର ପୋଷାକ। ଏହି ଭିଡିଓରେ ଜଣେ ବ୍ୟକ୍ତି ଟି-ସାର୍ଟ କିଭଳି ଭାବେ କାମ କରିବ ସେ ସମ୍ପର୍କରେ ଜଣାଉଥିବା ଶୁଣିବାକୁ ଓ ଦେଖିବାକୁ ମିଳୁଛି।
ଆନନ୍ଦ ମହିନ୍ଦ୍ରା କ୍ୟାପସନ ଦେଇ ଲେଖିଛନ୍ତି, ‘ୟାଙ୍କୁ ନୋବେଲ ପୁରସ୍କାର ନମିଳିପାରେ। କିନ୍ତୁ ଉକ୍ତ ବ୍ୟକ୍ତି ଜଣକ ଶିଶୁଙ୍କ ପାଇଁ ଯେଉଁ ଭଳି ପୋଷାକ ତିଆରି କରିଛନ୍ତି। ଏହା ମୋ ପାଇଁ ବହୁତ ବଡ଼ ଆବିଷ୍କାର ବୋଲି ମୁଁ କହିବି। କାରଣ ଜଣେ ଜେଜେବାପା ହିସାବରେ ଛୋଟ ପିଲାଙ୍କ ସୁରକ୍ଷା ମୋ ପାଇଁ ସର୍ବଶ୍ରେଷ୍ଠ ପ୍ରାଥମିକତା ରହିଛି।’
ତେବେ ଏହି ଭିଡିଓରେ ଦେଖିବାକୁ ମିଳୁଥିବା ଟି-ସାର୍ଟକୁ ଯଦି ଛୋଟ ପିଲା ପିନ୍ଧିଛନ୍ତି ଆଉ କୌଣସି କାରଣବଶତଃ ସେମାନେ ପାଣିରେ ପଡ଼ି ଯାଉଛନ୍ତି। ତେବେ ଏହି ପୋଷାକ ତାଙ୍କୁ ବୁଡ଼ିବାକୁ ଦେବନାହିଁ। ଫଳରେ ଶିଶୁଙ୍କ ଜୀବନ ରକ୍ଷା ହୋଇପାରିବ। ଅନେକ ଲୋକ ଏଥିରେ ପ୍ରତିକ୍ରିୟା ଦେଇଛନ୍ତି। କିଛି ଲୋକ ଏହାର ଉତ୍ତମ ଆବିଷ୍କାର ବୋଲି କହିଥିବା ବେଳେ କିଛି ଲୋକ ପିଲାଙ୍କ ପାଇଁ ଏହା ବେଶ୍‌ ଉପଯୋଗୀ ବୋଲି କହିଛନ୍ତି।

Post Views64 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!