ବାହାନଗା ଟ୍ରେନ୍ ଦୁର୍ଘଟଣା : ଶୋକପ୍ରକାଶ କଲେ ବଲିଉଡ୍ ସୁପରଷ୍ଟାର୍

ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ନେଇ ସାରା ଦେଶରେ ଶୋକର ଛାୟା । ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିଥିବା ବେଳେ ଏବେ ଏହି ଘଟଣାକୁ ନେଇ ବଲିଉଡର କଳାକାରମାନେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ବଲିଉଡ୍ କଳାକାର ଅକ୍ଷୟ କୁମାର ଟ୍ୱିଟ୍ କରି ଲେଖିଛନ୍ତି, ଟ୍ରେନ୍ ଦୁର୍ଘଟଣାର ଦୃଶ୍ୟ ବାସ୍ତବିକ୍ ହୃହୟ ବିଦାରକ ।

ପ୍ରାଣ ହରାଇଥିବା ପ୍ରତ୍ୟେକଟି ଆତ୍ମାକୁ ଭଗବାନ ସଦଗତି ଦିଅନ୍ତୁ । ଏବଂ ଆହତ ହୋଇଥିବା ଯାତ୍ରୀଙ୍କର ଶୀଘ୍ର ଆରୋଗ୍ୟ ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି । ଏଭଳି ଜଟିଳ ସମୟରେ ମୃତକଙ୍କ ପରିବାରକୁ ସମବେଦନା ଜଣାଉଛି ।
ସେହିପରି ବଲିଉଡ୍ କଳାକାର ସଲମାନ ଖାନ୍ ଏବଂ ଅକ୍ଷୟ କୁମାର୍ ଏହି ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ।

ସଲମାନ ଖାନ୍ ଟ୍ୱିଟ୍ କରି ଲେଖିଛନ୍ତି, ଏହି ଦୁର୍ଘଟଣାକୁ ନେଇ ମୁଁ ଗଭିର ମର୍ମାହତ । ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଆତ୍ମାକୁ ଇଶ୍ୱର ସଦଗତି ପ୍ରଦାନ କରନ୍ତୁ ଏବଂ ସେମାନଙ୍କ ପରିବାରକୁ ଧର୍ଯ୍ୟ ଓ ସାହସ ଦିଅନ୍ତୁ ।

Post Views9 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!