ରାଜ୍ୟ ସରକାର ଅଧିକରୁ ଅଧିକ ମାତ୍ରାରେ ଚାଷଜମିରେ ସେଚ ସାମର୍ଥ୍ୟ ସୃଷ୍ଟି ପାଇଁ ନିଜର ଉଦ୍ୟମ ଜାରି ରଖୁଛନ୍ତି। ୨୦୦୦ ମସିହା ମାର୍ଚ୍ଚ ମାସ ଶେଷ ସୁଦ୍ଧା ରାଜ୍ୟରେ ସର୍ବୋମୋଟ ୩୫.୯୧ ଲକ୍ଷ ହେକ୍ଟର ଜମିକୁ ସେଚ ସାମର୍ଥ୍ୟ ସୃଷ୍ଟି କରାଯାଇଥିଲା। ବିଗତ ୨୩ ବର୍ଷ ମଧ୍ୟରେ ଆଉ ଅଧିକ ୩୩.୩୩ ଲକ୍ଷ ହେକ୍ଟର ଚାଷ ଜମି ପାଇଁ ସେଚ ସାମର୍ଥ୍ୟ ସୃଷ୍ଟି କରାଯାଇପାରିଛି ।
୨୦୨୩ ମସିହା ମାର୍ଚ୍ଚ ମାସ ଶେଷ ସୁଦ୍ଧା ସର୍ବମୋଟ ୬୯ ୨୪ ଲକ୍ଷ ହେକ୍ଟର ଚାଷ ଜମିରେ ପାଣି ପହଞ୍ଚିପାରିଛି ବୋଲି ରାଜ୍ୟ ଜଳସମ୍ପଦ ବିଭାଗ ମନ୍ତ୍ରୀ ଟୁକୁନି ସାହୁ ଏବଂ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭାଗ ଦ୍ବାରା କରାଯାଉଥିବା କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ପରେ ଗଣମାଧ୍ୟମକୁ ଉଭୟ ମନ୍ତ୍ରୀ ଓ ସଚିବ ଜଳ ସମ୍ପଦର ବିକାଶ ଏବଂ ଜଳସେଚନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି ।
ସୂଚନା ଅନୁଯାୟୀ ୨୦୦୦- ୦୧ ତୁଳନାରେ ୨୦୨୩-୨୪ ଆର୍ଥିକ ବର୍ଷରେ ବିଭାଗୀୟ ବ୍ୟୟ ବରାଦ ୧୪ ଗୁଣା ବୃଦ୍ଧି ପାଇଛି। ୨୦୦୦-୦୧ ଆର୍ଥିକ ବର୍ଷରେ ୮୫୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ସ୍ଥଳେ ୨୦୨୩-୨୪ ଆର୍ଥିକ ବର୍ଷରେ ଏହା ୧୧୬୫୫ କୋଟି ଟଙ୍କାରେ ପହଞ୍ଚିଛି। ବିଗତ ପାଞ୍ଚ ବର୍ଷ ମଧ୍ୟରେ ଦୀର୍ଘଦିନରୁ ନିର୍ମାଣାଧ ଥିବା ୭ ଗୋଟି ବଡ଼ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇ ପ୍ରାୟ ୦୯୫ ଲକ୍ଷ ହେକ୍ଟର ଚାଷ ଜମିକୁ ଯୋଗାଇ ଦିଆଯାଇଛି।
ଚଳିତ ଆର୍ଥିକ ବର୍ଷରେ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରାଯାଇ ବରଗଡ଼ ଓ ସୋନପୁର ଜିଲ୍ଲାର ଚାଷ ଜମିକୁ ଜଳସେଚନ ଯୋଗାଇ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଡ୍ୟାମ ଓ ସ୍କିଲୱେ, କାନପୁର ଜଳସେଚନ ପ୍ରକଳ୍ପର ଡ୍ୟାମ ଓ ସ୍କିଲଓ, ଘଟକେଶ୍ଵର ପ୍ରକଳ୍ପର ଡ୍ୟାମ, କୁସୁମୀ ବ୍ୟାରେଜ୍ ଏବଂ ମନଯୋର ସମ୍ପ୍ରସାରଣ ନିର୍ମାଣ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କରାଯିବ।ସମାକୋଇ ବ୍ୟାରେଜ୍, ମୟୁରଭଞ୍ଜ ଜିଲ୍ଲାର ଖଇରବନ୍ଧନ ବ୍ୟାରେଜ୍, ଗଞ୍ଜାମ ଜିଲ୍ଲାର ପିପଳପଙ୍ଖା ଡ୍ୟାମ ଏବଂ ବଲାଙ୍ଗିର ଜିଲ୍ଲାର – ଅପରଲାନ୍ସ ଡ୍ୟାମ ନିର୍ମାଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଅଛି ।
ଜଳର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ନଦୀ ମାନଙ୍କରେ ଅନ୍ତଃ ନଦୀ ଜଳାଶୟ ନିର୍ମାଣ ପାଇଁ ୧୧୭୦୦ କୋଟି ଟଙ୍କା ଅନୁମୋଦନ କରାଯାଇଛି। ଅଦ୍ୟାବଧୂ ୬୬ ଗୋଟି ଅନ୍ତଃ ନଦୀ ଜଳାଶୟ ନିର୍ମାଣ ପାଇଁ ପ୍ରସ୍ତାବ ଅଛି। ଏଥ୍ ମଧ୍ୟରୁ ୨୮ ଗୋଟି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ କରାଯାଉଅଛି।
ମୁଖ୍ୟମନ୍ତ୍ରୀ ଆଡିବନ୍ଧ ତିଆରି ଯୋଜନରେ ଅଧୀନରେ ଦ୍ଵିତୀୟ ସଂସ୍କରଣରେ ନୂତନ ୧୨୮୦ଗୋଟି ଆଡିବନ୍ଧ ନିର୍ମାଣ ପାଇଁ ୮୧୧କୋଟି ଟଙ୍କା ଅନୁମୋଦନ କରାଯାଇଛି। ବର୍ଷାଜଳ ଅମଳ କରି ଭୂତଳ ଜଳ ପୂନଃଭରଣ ପାଇଁ ‘ଛାତ’ ଏବଂ ‘ଅରୁଆ ନାମରେ ଦୁଇଟି ନୂତନ ଯୋଜନା ଆରମ୍ଭ କରାଯାଇଅଛି । ସେହିପରି ରାଜ୍ୟର ଉଚ୍ଚସ୍ଥାନରେ ଥିବା ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇବା ପାଇଁ ପାର୍ବତୀଗିରି ଉଠା ଜଳସେଚନ ଯୋଜନା କରାଯାଇଅଛି।
ଅଦ୍ୟାବଧୂ ଏହି ଯୋଜନାରେ ୨୦୮ ଗୋଟି ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯାଇ ୨୫୪ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦିଆଯାଇଅଛି। ଏହି ଯୋଜନା ଦ୍ଵିତୀୟ ସଂସ୍କରଣରେ ୧୦,୭୫୯ କୋଟି ଟଙ୍କା ଅଟକଳ ମୂଲ୍ୟରେ ୧୭୦ ଗୋଟି ନୂତନ ପ୍ରକଳ୍ପ ଅନୁମୋଦନ କରାଯାଇଅଛି। ଏହାଦ୍ବାରା ଅଧ୍ବକ ୨.୬୩ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦିଆଯାଇ ପାରିବ ବୋଲି ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

