ସ୍ବାସ୍ଥ୍ୟ ବିଭାଗର ସମୀକ୍ଷା କରିଛନ୍ତି ବିଭାଗୀୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଶାଳିନୀ ପଣ୍ଡିତ । ୨୦୦୦ ମସିହାରେ ସ୍ବାସ୍ଥ୍ୟ ବିଭାଗର ବଜେଟ ୫୫୦କୋଟି ଥିବା ବେଳେ ଏଥର ଏହା ୧୫ହଜାର ୭୫୬କୋଟିରେ ପହଞ୍ଚିଛି ବୋଲି ମନ୍ତ୍ରୀ କହିଛନ୍ତି। ୧୦ ବର୍ଷରେ ପ୍ରତିଷ୍ଠା ହୋଇଛି ୮ଟି ସରକାରୀ ମେଡିକାଲ କଲେଜ ଏବଂ ୨ଟି ପିଜି ଇନଷ୍ଟିଚ୍ୟୁଟ । ୨୦୦୦ ମସିହାରେ ବର୍ଷକୁ ୩୨୧ ଜଣ ଡାକ୍ତର ଓ ୨୫୪ ସ୍ପେଶାଲିଷ୍ଟ ବାହାରୁଥିବା ବେଳେ ଏବେ ୨୨ଶହ ଡାକ୍ତର ଓ ୮୨୬ ସ୍ପେଶାଲିଷ୍ଟ ବାହାରୁଛନ୍ତି।
୨୦୨୩ ଡିସେମ୍ବର ସୁଦ୍ଧା ଓଡ଼ିଶା ଡାକ୍ତର ବଳକା ରାଜ୍ୟ ହେବ।ସୁସ୍ଥ ଓ ନିରାମୟ ଜୀବନ ସମସ୍ତଙ୍କର କାମ୍ୟ । ଓଡ଼ିଶାର ପ୍ରତ୍ୟକଟି ଜୀବନ ମୁଲ୍ୟବାନ। ସେଥିପାଇଁ ଓଡ଼ିଶା ରାଜ୍ୟ ସରକାର ବିଗତ ଦୁଇ ଦଶନ୍ଧି ମଧ୍ୟରେ ସ୍ବାସ୍ଥ୍ୟ ସେବାର ଉନ୍ନତିକୁ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି ରାଜ୍ୟସରକାର ।କର୍କଟ ରୋଗୀଙ୍କର ଅସହାୟତାକୁ ହୃଦୟଙ୍ଗମ କରି ନିରାଶ ଜୀବନରେ ଆଶାଗ ସଂହାର କରିବାର ମାନବୀୟ ଲକ୍ଷ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ପ୍ରତିଷ୍ଠା ହେଉଛି ବାରଟି ଶ୍ରୀଶଙ୍କର କର୍କଟ ରୋଗ ଚିକିତ୍ସା ପ୍ରତିଷ୍ଠାନ,ବାଗଡିକରୁଣା
ଶ୍ରୟ ପାଲିଏଟିଭ କେୟାର ସେଣ୍ଟର ଏବଂ ନାଇକର ପରିସରରେ ଷ୍ଟେଟ ଅଫ ଆର୍ଟ କ୍ୟାନସର ହସପିଟାଲ ।ସାର୍ବଜନୀନ ସ୍ବାସ୍ଥ୍ୟସେବାକୁ ଆହୁରି ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନ ମାନଙ୍କରେ ସମସ୍ତଙ୍କ ପାଇଁ ନିଃଶୁଳ୍କ ସେବା ଯୋଗାଇ ଦିଆଯାଉଥିବା ବେଳେ ରାଜ୍ୟର ୯୬.୫ଲକ୍ଷ ପରିବାର ର ୩୩. କୋଟିରୁ ଅଧ୍ବଳ ଉପଭୋକ୍ତାଙ୍କ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରର ୭୦୦ ପ୍ରମୁଖ ତଥା ନାମକରା ଘରୋଇ ଚିକିତ୍ସାଳୟରେ ପୁରୁଷଙ୍କ ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କା ଓ ମହିଳା ନ ପାଇଁ ୧୦ ଲକ୍ଷ ଟଙ୍କା ମୂଲ୍ୟର ଚିକିତ୍ସା ଉପଲବ୍ଧ କରାଯାଇଛି । ଏଥିରେ ପ୍ରତିମାସରେ ପ୍ରାୟ ୨୨୫ କୋଟି ଟଙ୍କା ମୂଲ୍ୟର ସେବା ପାଖାପାଖୁ ୧ ଲକ୍ଷ ରୋଗୀ ପାଇ ପାରୁଛନ୍ତି । ୨୦୨୩-୨୪ ସ୍ବାସ୍ଥ୍ୟ ବଜେଟରେ ମୋଟ ୧୫,୭୫୬ କୋଟି ଟଙ୍କାର ବ୍ୟୟ ବ୍ୟବସ୍ଥା କରାଯାଇଛି । ଯାହା ୨୦୦୦- ୨୦୦୧ ବଜେଟ ୫୫୦ କୋଟି ଟଙ୍କା ତୁଳନାରେ ୩୦ ଗୁଣ ଅଧିକ । ଚଳିତ ବର୍ଷର ସମୁଦାୟ ବଜେଟ ପରିମାଣର ୭ ହେଉଛି ସ୍ବାସ୍ଥ୍ୟ ବଜେଟ ।

