ଟାଇଟାନିକ ଦେଖିବାକୁ ଯାଇ ଗଲା ଜୀବନ..

ଟାଇଟାନିକ ଦେଖିବା ହେଲା କାଳ । ଜୁନ ୧୮ ତାରିଖରେ ବୁଡାଜାହାଜ ଯାତ୍ରା ଆରମ୍ଭ କରିଥିବା ବେଳେ ଦେଢ଼ ଘଣ୍ଟା ପରେ ଏହା ରାଡାର ବାହାରକୁ ଚାଲିଯାଇଥିଲା । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ ଆମେରିକା କୋଷ୍ଟଗାର୍ଡ, କାନାଡାର ସାମରିକ ବିମାନ, ଫ୍ରାନ୍ସର ଜାହାଜ । ଟେଲିଗାଇଡେଡ ରୋବଟ ବି ସନ୍ଧାନରେ ବିଫଳ ହୋଇଥିଲା । ତେବେ ଟାଇଟାନିକ ଦେଖିବାକୁ ଯାଇଥିବା ୫ ଜଣଙ୍କର ମୃତ୍ୟୁ ହୋଇଛି । ଗଭୀର ସମୁଦ୍ରରୁ ସବମେରିନର ଧ୍ବଂସାବଶେଷ ଠାବ ହେବା ପରେ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା କହିଛି କୋଷ୍ଟ ଗାର୍ଡ । ଟାଇଟାନିକ ବୁଡିଥିବା ସ୍ଥଳରୁ ୧୬୦୦ ଫୁଟ ବା ୪୮୮ ମିଟର ଦୂରରେ ସବମେରିନ ଟାଇଟନର ଧ୍ବଂସାବଶେଷ ଠାବ ହୋଇଛି ।

Post Views109 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!