୨୧ ରାସ୍ତା ପ୍ରକଳ୍ପ ପାଇଁ ୧୫୮ କୋଟି ମଞ୍ଜୁର

ମାଲକାନଗିରି ଜିଲା ଗସ୍ତ ସମୟରେ ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କୁ ଜନସାଧାରଣ ରାସ୍ତା ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ସମସ୍ୟାର ସମାଧାନ ସହିତ ଖୁବ୍ଶୀଘ୍ର ଅର୍ଥ ମଞ୍ଜୁର ହେବ ବୋଲି ୫-ଟି ସଚିବ ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟମନ୍ତ୍ରୀ ଉକ୍ତ ରାସ୍ତା ନିର୍ମାଣ ପାଇଁ ବଜେଟ ପ୍ରସ୍ତୁତ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ବିଭାଗ ପକ୍ଷରୁ ତୁରନ୍ତ ସର୍ଭେ କରାଯାଇ ପ୍ରାଥମିକତା ଭିତ୍ତିରେ ପ୍ରସ୍ତାବ ଦିଆଯାଇଥିଲା।

ମାଓବାଦୀ ପ୍ରବଣ ମାଲକାନଗିରି ଜିଲାର ଯୋଗାଯୋଗ କ୍ଷେତ୍ରକୁ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଜିଲା ଗ୍ରାମୀଣ ବିକାଶ ବିଭାଗର ପ୍ରସ୍ତାବ ଅନୁସାରେ ୨୧ଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଉକ୍ତ ଅର୍ଥରାଶି ଅନୁମୋଦନ କରିଛନ୍ତି । ୧୫୮ କୋଟି ଟଙ୍କାରେ ୧୭୨.୫୩ କିଲୋମିଟର ରାସ୍ତା ନିର୍ମାଣ କରାଯିବ । ଆଭ୍ୟନ୍ତରୀଣ ବ୍ଲକ ଚିତ୍ରକୋଣ୍ଡା, କାଲିମେଳା, କୋରୁକୋଣ୍ଡା ଓ ପଡ଼ିଆ ବ୍ଲକରେ ଏହି ରାସ୍ତା ନିର୍ମାଣ କରାଯିବ ।

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଅନ୍ତର୍ଗତ ଦୁର୍ଗମ ଅଞ୍ଚଳରେ ଅସଂଯୋଜିତ ଗ୍ରାମଗୁଡ଼ିକର ସଂଯୋଗୀକରଣ ଯୋଜନାରେ ରାସ୍ତା ନିର୍ମାଣ କରାଯିବ। ଏହି ଯୋଜନା ଦ୍ୱାରା ଦୁର୍ଗମ ପାର୍ବତ୍ୟାଞ୍ଚଳ, ମାଓବାଦୀ ପ୍ରଭାବିତ ଅଞ୍ଚଳରେ ରାସ୍ତା ନିର୍ମାଣ କରି ବିକାଶକୁ ଆଗେଇ ନିଆଯିବ। ଏଥିପାଇଁ ରାଜ୍ୟ ସରକାର ସମସ୍ତ ଅର୍ଥ ଯୋଗାଇ ଦେବେ। ଚିତ୍ରକୋଣ୍ଡା ବ୍ଲକର ଦୁର୍ଗମ ଅଞ୍ଚଳ ମୁଦୁଲିଗୁଡ଼ାରୁ ଆମାଲିବେଡ଼ା ୩୦କୋଟି ଟଙ୍କା ବ୍ୟୟରେ ୩୨ କିଲୋମିଟର ରାସ୍ତା ନିର୍ମାଣ କରାଯିବ। ସେହିପରି ପୋଲୁରରୁ କୁରସାନପାଲି ୧୧.୯ କିଲୋମିଟର ରାସ୍ତା ପାଇଁ ୯ କୋଟି ଟଙ୍କା ଖର୍ଚ୍ଚ କରାଯିବ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!