ସୋଆ ଏବଂ ଆଇସିଏମ୍ଆର୍-ଆର୍‌ଏମ୍‌ଆର୍‌ସି ର ବୁଝାମଣା

ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଶିକ୍ଷା ଓ ଅନୁସନ୍ଧାନ ଏବଂ ଆଇସିଏମ୍ଆର୍-ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ସ୍ବାକ୍ଷରିତ ହୋଇଯାଇଛି।

ଏହି ପରିପ୍ରେକ୍ଷୀରେ ସୋଆ ଦ୍ୱାରା ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର ଡା. ସଂଘମିତ୍ରା ମିଶ୍ର, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଣ୍ଟାଲ ସାଇନ୍ସେସ୍ର ଡିନ୍ ପ୍ରଫେସର ନୀତା ମହାନ୍ତି, ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ, ଚିଫ୍ ଆଡମିନିଷ୍ଟ୍ରେଟିଭ ଅଫିସର ପ୍ରମୋଦ କୁମାର ପଣ୍ଡା ଏବଂ ଆଇସିଏମ୍ଆର୍- ଆର୍ଏମ୍ଆର୍ସିର ବୈଜ୍ଞାନିକ ଡା. ଶୁଭେନ୍ଦୁ କୁମାର ଆଚାର୍ଯ୍ୟ ଓ ଡା. ମହେଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଉକ୍ତ ବୁଝାମଣା ଅନୁଯାୟୀ ଆଇସିଏମ୍ଆର୍-ଆର୍ଏମ୍ଆର୍ସି ଓ ସୋଆ ମିଳିତ ଭାବେ ଟାସ୍କଫୋର୍ସ ଗବେଷଣା ଓ ପ୍ରକଳ୍ପ ନିମନ୍ତେ ରାଜ୍ୟ,ଜାତୀୟ ଏବଂ ଆନ୍ତର୍ଜାତିକସ୍ତରରେ ଉପଲବ୍ଧ ଅନୁଦାନର ଉପଯୋଗକରି ଗବେଷଣା କରିବେ। ସେହିଭଳି ସୋଆ ମଧ୍ୟ ଆଇସିଏମ୍ଆର୍-ଆର୍ଏମ୍ଆର୍ସିର ବୈଜ୍ଞାନିକମାନଙ୍କୁ ପିଏଚ୍.ଡି. କାର୍ଯ୍ୟରେ ତତ୍ତ୍ୱାବଧାନ କରିବା ନିମନ୍ତେ ରିସର୍ଚ୍ଚ ଗାଇଡ୍ ଏବଂ କୋ-ଗାଇଡ୍ ଭାବେ ସାମିଲ କରିବ।
ଏହା ବ୍ୟତୀତ ଉଭୟ ସୋଆ ଏବଂ ଆଇସିଏମ୍ଆର୍-ଆର୍ଏମ୍ଆର୍ସିର ପିଏଚ୍.ଡି. ରିସର୍ଚ୍ଚ ସ୍କଲାରମାନେ ଉଭୟ ଅନୁଷ୍ଠାନର ଉପଲବ୍ଧ ସୁବିଧା ସୁଯୋଗକୁ ଗବେଷଣା ନିମନ୍ତେ ବ୍ୟବହାର କରିପାରିବେ। ଅପରପକ୍ଷରେ ଆସନ୍ତା ୫ବର୍ଷ ପାଇଁ ହୋଇଥିବା ଉକ୍ତ ବୁଝାମଣା ପତ୍ରରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଆଇସିଏମ୍ଆର୍-ଆର୍ଏମ୍ଆର୍ସିର ନିର୍ଦ୍ଦେଶିକା ଡା. ସଂଘମିତ୍ରା ପତି ସ୍ବାକ୍ଷର କରିଛନ୍ତି।

Post Views35 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!