ଆଉ ନାହାନ୍ତି କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଓମନ ଚାଣ୍ଡି । ଅସୁସ୍ଥତା ଯୋଗୁ ଗତ କିଛିଦିନ ଧରି ବେଙ୍ଗାଳୁରୁର ଏକ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଥିଲେ ।୭୯ ବର୍ଷ ବୟସରେ ଓମନଙ୍କ ପରଲୋକ ହୋଇଛି । ଆଜି ସକାଳୁ ତାଙ୍କର ପରଲୋକ ଘଟିଛି । ଏ ନେଇ କେରଳ ପିସିସି ସଭାପତି କେ ସୁଧାକରଣ ସୂଚନା ଦେଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରଲୋକ ଯୋଗୁ ଆଜି କେରଳରେ ଛୁଟି ଘୋଷଣା କରାଯାଇଛି ।

