ବ୍ଲୁ ବାର୍ଡରୁ ଏକ୍ସ । ଟୁଇଟରର ଲୋଗୋ ବଦଳାଇଲେ ଏଲନ୍ ମସ୍କ । ଏଣିକି ୱେବସାଇରେ X.com ଟାଇପ କଲେ ଖୋଲିବ ଟ୍ୱିଟର ।ଟ୍ବିଟରକୁ ଆହୁରି ଡେଭଲପ୍ କରିବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି ମସ୍କ । ଏବେ ଏହି ପ୍ଲାଟଫର୍ମ ଏକ୍ସ କର୍ପୋରେସନ କମ୍ପାନୀ ଅଧୀନରେ ରହିବ । ଏହା ଟ୍ୱିଟରର ପ୍ୟାରେଣ୍ଟ କମ୍ପାନୀ ହେବ । ସୋସିଆଲ ମିଡିଆ ସାଙ୍ଗକୁ ଟାକ୍ସି ବୁକିଂ, ସପିଂ, ପେମେଣ୍ଟ ଆଦି କରିବା ଅପସନ ରଖାଯାଇଥିବା ଜଣାପଡିଛି । ୧୯୯୯ ମସିହାରେ ମସ୍କ ଏକ୍ସ ଡଟ କମ୍ କମ୍ପାନୀ ଗଢିଥିଲେ । ଏବେ ଟ୍ୱିଟରର ୨ ଶହ ମିଲିୟନ ଆକଟିଭ ୟୁଜର୍ସ ଅଛନ୍ତି । ୨୦୨୨ରେ ଟ୍ୱିଟରକୁ ୪୪ ବିଲିୟନ ଡଲାରରେ କିଣିଥିଲେ ଟେସଲା ଟାଇକୁନ ଏଲନ ମସ୍କ ।
Related Posts
ପଶିଆସିଲା କୁକୁର, ଦୁର୍ଘଟଣାର ସମ୍ମୁଖୀନ ହେଲେ କର୍ଣ୍ଣାଟକ ମନ୍ତ୍ରୀ
କର୍ଣ୍ଣାଟକର ମହିଳା ଓ ଶିଶୁ ବିକାଶ କଲ୍ୟାଣ ମନ୍ତ୍ରୀ ଲକ୍ଷ୍ମୀ ହେବାଲକରଙ୍କ କାର୍ ମଙ୍ଗଳବାର ସକାଳେ ଏକ ବଡ଼ ଦୁର୍ଘଟଣାର…
ରୋହିତ ଶର୍ମା ଙ୍କ ସିଏମ୍ ଦେବେନ୍ଦ୍ର ଫଡନାଭିସ୍ଙ୍କୁ ସାକ୍ଷାତ ପରେ ବଢିଲା ଚର୍ଚ୍ଚା
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିଛନ୍ତି କ୍ରିକେଟର ରୋହିତ ଶର୍ମା। ମୁମ୍ବାଇ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ଭେଟିଥିଲେ ରୋହିତ।…
୧୨୯୦କୋଟି ଟଙ୍କା ମୂଲ୍ୟର ଏକ ଅତ୍ୟାଧୁନିକ ସମ୍ମିଳନୀ କେନ୍ଦ୍ର ସ୍ଥାପନ କଲେ ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅରୁଣାଚଳ ପ୍ରଦେଶ ଏବଂ ତ୍ରିପୁରା ଗସ୍ତରେ ରହିଛନ୍ତି । ସକାଳୁ ରାଜଧାନୀ ଇଟାନଗରରେ ୫୧୦୦କୋଟିରୁ ଅଧିକ…

