‘ସଂଘର୍ଷରୁ ସଫଳ ହୋଇଛି’

ପ୍ରତି ସଫଳତାର ପ୍ରଚ୍ଛଦପଟ ଏକ ପ୍ରେରଣାଦାୟୀ କାହାଣୀରେ ରୋମାଞ୍ଚିତ ହୋଇଥାଏ ।‌ ସଂଘର୍ଷ ବିନା ସଫଳତା ଅସମ୍ଭବ, ଇଚ୍ଛାଶକ୍ତି ବିନା ଆଗକୁ ବଢିବା ଅକଳ୍ପନୀୟ ।‌ ଦିନେ ଭୋକ ସହ ଲଢିବାକୁ ପଣସ କଟା ବିକୁଥିବା ପିଲାଟି ଭବିଷ୍ୟତରେ ବଡ ବ୍ୟବସାୟୀ ବି ହୋଇପାରେ, ଦୁଇମୁଠା ଆହାର ପାଇଁ ସଂଘର୍ଷ କରୁଥିବା ହାତ ହଜାର ହଜାର ଲୋକଙ୍କ ମୁହଁରେ ହସ ଫୁଟାଇପାରେ । ଦୃଢ ଇଛାଶକ୍ତି ଓ ମନୋବଳ ଏସବୁକୁ ସତକରେ । ଯାହାର ସର୍ବଶ୍ରେଷ୍ଠ ଉଦାହରଣ ଜଗତସିଂହପୁର ଜିଲ୍ଲାର ଜଣାଶୁଣା ବ୍ୟବସାୟୀ ତଥା ବରିଷ୍ଠ ବିଜେଡି ନେତା ରଜତ ପାତ୍ର। ଇଣ୍ଟରଭ୍ୟୁ ଟାଇମ୍ସର ସ୍ଵତନ୍ତ୍ର ସାକ୍ଷାତକାରରେ ରଜତଙ୍କଠୁ ଜାଣିବା ତାଙ୍କ ସଂଘର୍ଷରୁ ସଫଳତାର ଯାତ୍ରା, ରାଜନୈତିକ ଜୀବନ ଏବଂ ଭବିଷ୍ୟତ ଯୋଜନା ସମ୍ପର୍କରେ….

ପ୍ରଶ୍ନ: ଆପଣ ନିଜ ବିଷୟରେ କଣ କହିବେ?
ଉତ୍ତର: ପିଲାଟି ବେଳୁ ବହୁତ ସଂଘର୍ଷ କରିଛି। ଆମେ ପିଲାବେଳେ ଖାଇବାକୁ ମଧ୍ୟ ପାଉନଥିଲୁ । ପଣସ କଟା ନେଇ ବଜାରରେ ବିକ୍ରି କଲେ ପେଟ ପୂରୁଥିଲା । ସଂଘର୍ଷ କରି ଆଜି ସଫଳତା ପାଇଛି।

ପ୍ରଶ୍ନ: ଆପଣ ଜଣେ ରାଜନେତା ସହିତ ବ୍ୟବସାୟୀ ମଧ୍ୟ ।‌ ଉଭୟ କାର୍ଯ୍ୟକ୍ଷେତ୍ରରେ କଣ ସବୁ ଚ୍ୟାଲେଞ୍ଜ ସାମ୍ନା କରନ୍ତି?
ଉତ୍ତର: ମୁଁ ବିଜେଡିର‌ ଜଣେ ସକ୍ରିୟ କର୍ମୀ। ବିଜୁ ବାବୁ ଓ ନବୀନ ବାବୁଙ୍କ ଆଦର୍ଶରେ ମୁଁ ଅନୁପ୍ରାଣିତ ହୋଇ ଦଳରେ ଶୃଙ୍ଖଳିତ ଭାବେ କାମ କରୁଛି । ଆଗାମୀ ଦିନରେ କଣ ହେବ ତାହା ମୁଁ ଜାଣିନି । ମୁଁ ମୋର ନିର୍ବାଚନମଣ୍ଡଳୀ ପାଇଁ କାମ କରିବି। ସେବା ମୋର ମନୋବୃତ୍ତି । ରାଜନୀତିକୁ ମୁଁ ଭଲ ପାଏ । ମୋର ଭଲପାଇବା ନବୀନ ବାବୁଙ୍କ ପ୍ରତି ରହିଛି । ବ୍ୟବସାୟ ମୋର ବୃତ୍ତି ।‌ ଉଭୟକୁ ଧ୍ୟାନ‌ଦେଇ ଆଗକୁ ଯାଉଛି।

ପ୍ରଶ୍ନ: ଆପଣ ବିଧାୟକ ହେବାକୁ ଇଚ୍ଛା ରଖିଛନ୍ତି। ବିଧାୟକ ହେଲେ ଲୋକଙ୍କ ପାଇଁ କଣ କରିବେ?
ଉତ୍ତର: ମୋତେ ଟିକେଟ ମିଳିବ କି ନମିଳିବ କହିପାରିବିନି । ସବୁ ନବୀନ ବାବୁଙ୍କ ଉପରେ ନିର୍ଭର କରେ। ଆଗରୁ ଯେମିତି ଲୋକଙ୍କ ସେବା କରୁଥିଲି ସେମିତି ସେବା ଜାରି ରଖିବି। ନବୀନ ବାବୁ ଯାହା ନିର୍ଦ୍ଦେଶ ଦେବେ ତାହା କରିବି। ଲୋକଙ୍କ ପାଖରେ ଜନହିତକର ଯୋଜନା ପହଂଚାଇବି । ବଞ୍ଚିଥିବା ପର୍ଯ୍ୟନ୍ତ ନିଷ୍ଠାପର ଭାବେ କାମ କରିବି ।

ପ୍ରଶ୍ନ: କରୋନା ବେଳେ ଆପଣଙ୍କ ବ୍ୟବସାୟରେ କ୍ଷତି ହୋଇଥିବ । ସେ ସମୟରେ କେତେ ପ୍ରଭାବିତ ହେଇଥିଲେ ।?
ଉତ୍ତର: କରୋନା ସମୟରେ ସମସ୍ତେ କ୍ଷତିଗ୍ରସ୍ତ ହୋଇଥିଲେ । ଛୋଟ ବ୍ୟବସାୟୀଙ୍କ ଠାରୁ ବଡ ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରଭାବିତ ହୋଇଥିଲେ। ମୁଁ ମଧ୍ୟ କ୍ଷତି ସହିଥିଲି ।‌ ଏବେ ସ୍ବାଭାବିକ ଅବସ୍ଥାକୁ ଫେରିଆସିଲିଣି।

ପ୍ରଶ୍ନ: ବ୍ୟବସାୟ ଓ ରାଜନୀତିକୁ ଏକା ସମୟରେ କେମିତି ତୁଲାଇବେ?
ଉତ୍ତର: ରାଜନୀତି କରିବାକୁ ହେଲେ ଅର୍ଥ ରହିବା ଗୁରୁତ୍ବପୂର୍ଣ୍ଣ। ପଂଚାୟତ କ୍ଷେତ୍ରରେ ମୁ ରାଜନୀତି କରିଛି । ବିନା ପଇସାରେ ଜଣେ ରାଜନୀତି କରିପାରିବ ନାହିଁ । ତେଣୁ ମୁଁ ବ୍ୟବସାୟକୁ ଗୁରୁତ୍ୱ ଦେଉଛି। ବ୍ୟବସାୟରେ କରୁଥିବା ରୋଜଗାର ଲୋକଙ୍କ ସେବାରେ ଲଗାଏ।

ପ୍ରଶ୍ନ: ବ୍ୟବସାୟରେ ଆପଣଙ୍କ ସଫଳତା ବିଷୟରେ କଣ କହିବେ?
ଉତ୍ତର: କନଷ୍ଟ୍ରକସନ ବ୍ୟବସାୟରେ ମୁଁ ମନୋନିବେଶ କରିଛି।୨୫ ବର୍ଷର ଅଭିଜ୍ଞତା ମୋର ରହିଛି । କିଛି କରିବାର ଦକ୍ଷତା ଥିଲେ ଯେଉଁ ବ୍ୟବସାୟ କଲେ ବି ସଫଳତା ପାଇବି ।

ପ୍ରଶ୍ନ: ସମାଜସେବା କରିବାକୁ ଆପଣ ବହୁତ ଭଲପାଆନ୍ତି…
ଉତ୍ତର: ହଁ,ମୁଁ ଗରିବଙ୍କୁ ଦାନଧର୍ମ କରେ। ମୋ ରୋଜଗାରରୁ ମୁଁ କିଛି ଦାନ କରେ । ମୁଁ ବି ବହୁତ ସଂଘର୍ଷ କରିକି ଆଜି ଏଠି ପହଁଚିଛି । ଲୋକଙ୍କ ଅଭାବବକୁ ବୁଝି ମୁଁ ସାହାଯ୍ୟ କରେ।

ପ୍ରଶ୍ନ: ଆପଣ କଣ ବ୍ୟବସାୟ ରାଜନୀତି ଏକାସାଙ୍ଗରେ ତୁଲାଇପାରିବେ ?

ଉତ୍ତର: ନା, ଅସମ୍ଭବ । ରାଜନୀତିରେ ଲୋକଙ୍କୁ ଅଧିକ ସମୟ ଦେବାକୁ ପଡିବ। ଲୋକଙ୍କ ଭରସାକୁ ରଖିବାକୁ ପଡିବ।

ପ୍ରଶ୍ନ: ଶିକ୍ଷା ଉପରେ ଆପଣ କଣ ଉନ୍ନତି କରିବେ ନିଜ ଅଞ୍ଚଳରେ?
ଉତ୍ତର: ଆମ ସମାଜର ଉନ୍ନତିରେ ଶିକ୍ଷା ଗୁରୁତ୍ୱ ବହନ କରେ ।ଅଧିକାଂଶ ରାଜନେତା ପାଠ ନପଢି ପଦବୀ ହାସଲ କରିଛନ୍ତି। ଯାହାଦ୍ୱାରା ସେମାନେ କ୍ଷମତାର ଅପବ୍ୟବହାର କରୁଛନ୍ତି । ମୁଁ ଯେହେତୁ ଶିକ୍ଷିତ ଲୋକଙ୍କ ବିକାଶ ପାଇଁ ପଦକ୍ଷେପ ନେବି।‌ ଶିକ୍ଷାର ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବି।

ପ୍ରଶ୍ନ: ଆଜିର ଯୁବପିଢ଼ିଙ୍କୁ କଣ ବାର୍ତ୍ତା ଦେବେ ?
ଉତ୍ତର: ପାଠପଢା ସହ ଅନ୍ୟ କିଛି କରିବା ଉପରେ ଯୁବପିଢି ମନ ଦିଅନ୍ତୁ। ଚାକିରି ପାଇଁ ରାଜ୍ୟ ତଥା ଦେବ ବାହାରକୁ ନଯାଇ ନିଜ ଅଞ୍ଚଳରେ କିଛି କରନ୍ତୁ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!