ଆଉ କିଛି ସମୟର ଅପେକ୍ଷା । ଜହ୍ନରେ ନାଁ ଲେଖିବ । ଚନ୍ଦ୍ରରେ ଗୃହପ୍ରବେଶ କରିବ ଚନ୍ଦ୍ରୟାନ-୩ । ମହାକାଶ ବିଜ୍ଞାନ ଇତିହାସରେ ଯୋଡ଼ି ହେବ ନୂଆ ଫର୍ଦ୍ଦ । ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-୩ । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । କଣ୍ଟ୍ରୋଲ ରୁମରେ ଅନବରତ ପ୍ରଚେଷ୍ଟା କରାଯାଉଛି । ପ୍ରତିକୂଳ ପରିସ୍ଥିତି ପାଇଁ ପ୍ଲାନ-ବି ମଧ୍ୟ ପ୍ରସ୍ତୁତ ରହିଛି । ପ୍ରତିକୂଳ ପରିସ୍ଥିତିରେ ଲ୍ୟାଣ୍ଡିଂ ପ୍ରକ୍ରିୟା ଘୁଞ୍ଚାଇବାକୁ ଯୋଜନା ରଖିଛି ଇସ୍ରୋ । ସମସ୍ୟା ଉପୁଜିଲେ ଆସନ୍ତା ୨୭ ତାରିଖରେ ଲ୍ୟାଣ୍ଡିଂ କରାଯିବାକୁ ଯୋଜନା କରାଯାଇଛି । ଆଜି ସଫ୍ଟ ଲ୍ୟାଣ୍ଡିଂ କରିବାରେ ଭାରତ ସଫଳ ହେଲେ ଋଷ, ଆମେରିକା, ଚୀନ ପରେ ଭାରତ ସାଜିବ ଚତୁର୍ଥ ସୁପର ପାଓ୍ବାର । ମୁନ ମିଶନର ସଫଳତା ପାଇଁ ସାରା ଦେଶରେ ହୋମଯଜ୍ଞ କରାଯାଉଛି ।

