ସଞ୍ଜୀବ ଏକ୍ସଟ୍ରାତେଜର ବ୍ରାଣ୍ଡ୍ ଆମ୍ବାସାଡାର

ସେଫ ସଞ୍ଜୀବ କପୁର ଇଣ୍ଡେନ ଏକ୍ସଟ୍ରାତେଜ ଏଲ୍ପିଜି ବ୍ରାଣ୍ଡ୍ର ବ୍ରାଣ୍ଡ୍ ଆମ୍ବାସାଡାର ନିଯୁକ୍ତ ହୋଇଥିବା ସମ୍ପର୍କରେ ଭାରତୀୟ ତୈଳ ନିଗମ ପକ୍ଷରୁ ଘୋଷଣା କରାଯାଇଛି।

ବେଙ୍ଗାଲୁରୁଠାରେ ଆୟୋଜିତ ଇଣ୍ଡେନ ଏକ୍ସଟ୍ରାତେଜ ହୋଟେଲିୟର ହାରମୋନି ମିଟ୍ ଅବସରରେ ଇଣ୍ଡିଆନ ଅଏଲ ପକ୍ଷରୁ ଏ ନେଇ ବିସ୍ତୃତ ଭାବେ ଘୋଷଣା କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଇଣ୍ଡିଆନ ଅଏଲର ନିର୍ଦ୍ଦେଶକ (ମାର୍କେଟିଂ) ଭି.ସତୀଶ କୁମାର ଇଣ୍ଡେନ ଏକ୍ସଟ୍ରାତେଜ ଏଲପିଜି ବ୍ରାଣ୍ଡ୍ର ବ୍ରାଣ୍ଡ୍-ନ୍ୟୁ ଭିଡିଓ କର୍ମସିଆଲକୁ ସଞ୍ଜୀବ କୁମାରଙ୍କ ଉପସ୍ଥିିତିରେ ଉନ୍ମୋଚନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଇଣ୍ଡିଆନ ଅଏଲର ଇଡି (ଏଲ୍ପିଜି)-ଏଚ୍ଓ ଏବଂ ଇଣ୍ଡିଆନ ଅଏଲର ଇଡି ତଥା କର୍ନାଟକ ରାଜ୍ୟ ମୁଖ୍ୟ ପି.ଗୁରୁ ପ୍ରସାଦ ଓ ଇଣ୍ଡିଆନ ଅଏଲର ଇଡି ( ସିସି ଆଣ୍ଡ ବି) ଏଚ୍ଓ ସନ୍ଦୀପ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

ବିଶେଷ କରି ସଞ୍ଜୀବ ଓ ଏକ୍ସଟ୍ରାତେଜ ମଧ୍ୟରେ ଏକ ସହଭାଗିତା ହୋଇଥିବବେଳେ ବ୍ରାଣ୍ଡ୍ର ପ୍ରଚାର-ପ୍ରସାର ସହିତ ଏକ୍ସଟ୍ରାତେଜର ଗୁଣବତ୍ତା ଏବଂ ବ୍ୟବହାର ସମ୍ପର୍କରେ ଖାଉଟିଙ୍କୁ ଅବଗତ କରାଇବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Post Views46 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!