କାଲି କେତେବେଳେ ବାନ୍ଧିବେ ରାକ୍ଷୀ ?

ଆସନ୍ତାକାଲି ଗହ୍ମାପର୍ବ । ପରମ୍ପରା ଅନୁସାରେ ରକ୍ଷା ବନ୍ଧନ ଉତ୍ସବ । ତେବେ ରାକ୍ଷୀ ବାନ୍ଧିବା ଏବେ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି । କେଉଁ ତିଥି ଓ କେଉଁ ସମୟରେ ରକ୍ଷା ବନ୍ଧନ ପାଳନ ହେବ, ସେନେଇ ସମସ୍ତେ ଚିନ୍ତାରେ ପଡ଼ିଛନ୍ତି । ଆସନ୍ତାକାଲି ରକ୍ଷା ବନ୍ଧନକୁ କିଛି ଲୋକ ବାରଣ କରୁଥିବା ବେଳେ, ଆଉ କିଛି ଲୋକ ଆସନ୍ତାକାଲି ସପକ୍ଷରେ ମତ ଦେଇଛନ୍ତି । ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ରକ୍ଷା ବନ୍ଧନ ପର୍ବ ଶ୍ରାବଣ ପୂର୍ଣ୍ଣିମା ଅପରାହ୍ନରେ ପାଳନ କରିବା ଶୁଭଙ୍କର ।

ତେବେ ଏହି ସମୟରେ ଭଦ୍ରାକାଳ ଥିଲେ ରାକ୍ଷୀ ବାନ୍ଧିବା ଅଶୁଭ । ଅଗଷ୍ଟ ୩୦ ତାରିଖ ବୁଧବାର ରାତି ୯ଟା ୨ ମିନିଟ ପର୍ଯ୍ୟନ୍ତ ଭଦ୍ରାକାଳ ରହିବ । ସେପଟେ ଆସନ୍ତା ଗୁରୁବାର ଶ୍ରୀମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ପାଳନ ହେବ । ସେହିଦିନ ମଧ୍ୟ ବଳଭଦ୍ର ଜନ୍ମ ନୀତି ଅନୁଷ୍ଠିତ ହେବ।ଅନ୍ୟପକ୍ଷରେ ଆସନ୍ତାକାଲି ରାଖୀ ପୂର୍ଣ୍ଣିମା ପଡ଼ୁଥିବା ନେଇ ବିଭିନ୍ନ ପଞ୍ଜିକା ଓ କ୍ୟାଲେଣ୍ଡରରେ ରହିଥିବା ବେଳେ ସାଧାରଣରେ ଏହାକୁ ନେଇ ଉଠିଛି ଦ୍ଵନ୍ଦ।ତେବେ ଶ୍ରୀମନ୍ଦିର ରୀତିନୀତି ସ୍ୱତନ୍ତ୍ର ଥିବାରୁ ଗୁତୁବାର ସୂର୍ଯ୍ୟ ଉଦୟ ପରେ ପୂର୍ଣ୍ଣମୀ ତିଥି ରହିଥିବା ହେତୁ ସେହିଦିନ ମହାପ୍ରଭୁଙ୍କର ରକ୍ଷାବନ୍ଧନ ନୀତି ଅନୁଷ୍ଠିତ ହେବ।ମାତ୍ର ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଆସନ୍ତାକାଲି ପୂର୍ଣ୍ଣିମା ପଡ଼ୁଥିବାରୁ ଭଉଣୀ ମାନଙ୍କ ଠାରୁ ରକ୍ଷାବନ୍ଧନ କରିପାରିବେ।

ଏପରିକି ଗୁରୁବାର ମଧ୍ୟ ସକାଳ ସମୟରେ ପୂର୍ଣ୍ଣମୀ ତିଥି ସମୟ ପର୍ଯ୍ୟନ୍ତ ରାଖୀ ବାନ୍ଧି ପାରିବାର କୌଣସି ଅସୁବିଧା ନ ଥିବା ମତ ଉଠିଛି।ଉତ୍କଳୀୟ ପରମ୍ପରା ଓ ଶ୍ରୀମନ୍ଦିର ରେ ନୀତିକାନ୍ତିକୁ ଦେବ ନୀତି ଭାବେ ବିବେଚନା କରାଯାଇଥିବା ବେଳେ ଏହା ର ସ୍ୱତନ୍ତ୍ର ପ୍ରାବଧାନ ରହିଅଛି।ସେହିଭଳି ରକ୍ଷାବନ୍ଧନ ନେଇ ବୁଧବାର ସାଧାରଣ ଲୋକେ ପାଳନ କରିବାରେ କୌଣସି ଅସୁବିଧା ନ ଥିବା ପଣ୍ଡିତ ମାନେ ମତ ରଖିଛନ୍ତି।ରାଖି ପୂର୍ଣ୍ଣିମା ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ସମ୍ପର୍କକୁ ଦୃଢ଼ କରିଥାଏ । ଏହି ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ, ବଦଳରେ ଭାଇ, ତା’ର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ ।

Post Views69 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!