ଆସନ୍ତା ୯ ଓ ୧୦ରେ ଗ୍ରୁପ ୨୦ ଶୀର୍ଷ ସମ୍ମିଳନୀ । ବୈଠକରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଯୋଗ ନଦେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବାଇଡେନ । ସେ କହିଛନ୍ତି- ଜିନପିଙ୍ଗ ବୈଠକରେ ଯୋଗ ଦେଉ ନଥିବା ଶୁଣି ସେ ନିରାଶ ହୋଇଛନ୍ତି । ଯଦି ଜିନପିଙ୍ଗ ଭାରତ ଗସ୍ତରେ ଆସିଥାନ୍ତେ ତେବେ ଦୁଇ ନେତାଙ୍କ ମଧ୍ୟରେ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥାନ୍ତା । ତେବେ ଆସନ୍ତା ନଭେମ୍ବରରେ ସାନଫ୍ରାନସିସ୍କୋରେ ଆପେକ ସମ୍ମିଳନୀ ହେବାକୁ ଯାଉଥିବାରୁ ସେଠାରେ ଦୁଇ ନେତାଙ୍କ ମଧ୍ୟରେ ଭେଟଘାଟ ହେବା ଆଶା କରାଯାଉଛି ।

