ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା। ଅତି ପ୍ରବଳ ବର୍ଷାରେ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି । ଏପର୍ଯ୍ୟନ୍ତ ୧୯ ଜଣଙ୍କର ମୃତ୍ୟୁ ହେଲାଣି । ଆଇଏମଡି ଆସନ୍ତା ସପ୍ତାହେ ଯାଏଁ ବର୍ଷା ହେବା ନେଇ ଅନୁମାନ କରିଛି । କିଛି ଦିନ ହେଲା ଲଗାଣ ବର୍ଷା ପାଇଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଆଲର୍ଟକୁ ନଜରରେ ରଖି ଅନେକ ଜିଲ୍ଲାରେ ସ୍କୁଲ କଲେଜ ବନ୍ଦ ଘୋଷଣା କରାଯାଇଛି । ଆଲର୍ଟରେ ଥିବା ଜିଲ୍ଲା ପ୍ରଶାସନକୁ ଆଗୁଆ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୧.୮ ମିଲିମିଟର ବର୍ଷା ହୋଇଛି । ଯାହା ସ୍ବାଭାବିକ ଠାରୁ ୬.୪ ମିଲିମିଟର ଅଧିକ ବର୍ଷା ହୋଇଛି ।

