ଲିବ୍ୟାରେ ତାଣ୍ଡବ କରୁଛି ବନ୍ୟା

ଲିବ୍ୟାରେ ହାକାକାର୍‌ । ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ୧୮ ହଜାରରୁ ହେବାର ସମ୍ଭାବନା । ବନ୍ୟାରେ ଡେରନା ସହର ସମେତ ଅନେକ ଛୋଟବଡ ସହର ଭାସିଯାଇଥିବା ସୂଚନା ମିଳିଛି । ଇଜିପ୍ଟ, ଟ୍ୟୁନିସିଆ, ଇଟାଲି, ସ୍ପେନ ଓ ତୁର୍କୀର ଉଦ୍ଧାରକାରୀ ବାହିନୀ ଉଦ୍ଧାର କାର୍ଯ୍ୟରେ ଲିପ୍ତ ରହିଛନ୍ତି । ଭୂମଧ୍ଯସାଗରୀୟ ବାତ୍ୟା ଦାନିଏଲର ତାଣ୍ଡବରେ ଏହି ବନ୍ୟା ସୃଷ୍ଟିହୋଇଥିଲା । ୧ ଲକ୍ଷ ୨୫ ହଜାର ଲୋକ ବସବାସ କରୁଥିବା ଡେରନାରେ ଅଧିକାଂଶ ଲୋକ ହୋଇଛନ୍ତି କ୍ଷତିଗ୍ରସ୍ତ । ଡେରନାର ୨୫ ପ୍ରତିଶତ ଅଞ୍ଚଳ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଛି । ଲିବ୍ଯାର ଦ୍ବିତୀୟ ବୃହତ୍ତମ ସହର ବେଙ୍ଘାଜିରେ ବି ତାଣ୍ଡବ ରଚିଛି ବନ୍ୟା । କେବଳ ଏହି ଦୁଇ ସହର ନୁହେଁ, କାର୍ଦିସ୍ତା, ଥାସାଲି ଅଞ୍ଚଳରେ ବି ବାତ୍ୟା ଦାନିଏଲ ଖେଳାଇଛି ତାଣ୍ଡବ ।

Post Views13 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!