ଆସୁଛି ଟାଇଗର ଶ୍ରଫ୍ଙ୍କ ଅପକମିଂ ଫିଲ୍ମ ଗଣପତ୍ । ଜବରଦସ୍ତ ଅନ୍ଦାଜରେ ନଜର ଆସିବାକୁ ଯାଉଛନ୍ଥି ଟାଇଗର୍ । ସେପ୍ଟେମ୍ବର ୨୭ରେ ଫିଲ୍ମର ଟିଜର୍ ରିଲିଜ ହେବା ନେଇ ଘୋଷଣା ହୋଇଛି । କ୍ରିତି ସାନନ ଏବଂ ଅମିତାଭ ବଚ୍ଚନଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ଏକ ଡିଷ୍ଟୋପିଆନ ଦୁନିଆରେ ଆଧାରିତ ଏକ ଆକ୍ସନ ଥ୍ରୀଲର। ଭାସୁ ଭଗ୍ନାନି, ଜ୍ୟାକି ଭାଗନାନି, ଦୀପଶିଖା ଦେଶମୁଖ ଏବଂ ବିକାଶ ବହଲଙ୍କ ଦ୍ୱାରା ନିର୍ମିତ ଏବଂ ବିକାଶ ବାହଲଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ୨୦ ଅକ୍ଟୋବର ୨୦୨୩ ରେ ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ ଏବଂ କନ୍ନଡ ଭାଷାରେ ମୁକ୍ତିଲାଭ କରିବାକୁ ଯାଉଛି।

