ବଲିଉଡର ଫେମସ୍ ଆକ୍ଟ୍ରେସ ଓ୍ବାହିଦା ରେହମାନ ପାଇବେ ଦାଦା ସାହେବ ଫାଲକେ ଆଓ୍ବାର୍ଡ । ୨୦୨୧ ପାଇଁ ତାଙ୍କୁ ସମ୍ନାନିତ କରାଯିବ । ଚମତ୍କାର ଅଭିନୟ ପାଇଁ ତାଙ୍କୁ ଥରେ ଜାତୀୟ ଫିଲ୍ମ ସମ୍ମାନ ଓ ତିନିଥର ଫିଲ୍ମ ଫେୟାର ସମ୍ମାନ ମିଳିଛି । ବିଗ୍ ସ୍କ୍ରିନରେ ନିଜର ଯାଦୁ ଦେଖାଇଛନ୍ତି ୯୦ରୁ ଅଧିକ ଫିଲ୍ମରେ ଓ୍ବାହିଦ୍ । ପୂର୍ବରୁ ତାଙ୍କୁ ପଦ୍ମଶ୍ରୀ, ପଦ୍ମଭୂଷଣରେ ସମ୍ମାନିତ କରାଯାଇଛି । ଏବେ ଚଳଚ୍ଚିତ୍ର ପାଇଁ ଦେଶର ସର୍ବୋଚ୍ଚ ପୁରସ୍କାର ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ ହେବେ ଓ୍ବାହିଦା।

