NLCIL ସହ ଗ୍ରୀଡ୍କୋର ଚୁକ୍ତିନାମା ସ୍ବାକ୍ଷର

ଭାରତ ସରକାରଙ୍କ କୋଇଲା ମନ୍ତ୍ରଣାଳୟ ଅଧୀନରେ ଥିବା ଏନ୍ଏଲ୍ସିଆଇଏଲ୍ ଏବଂ ଓଡ଼ିଶା ସରକାରଙ୍କ ଗ୍ରୀଡ୍କୋ ଲିମିଟେଡ୍ ମଧ୍ୟରେ ଉପରୋକ୍ତ ଚୁକ୍ତିନାମା ସ୍ବାକ୍ଷର ହୋଇଛି।

ଓଡ଼ିଶାରେ ପ୍ରସ୍ତାବିତ ନେଭେଲି ତଲାବିରା ସୁପର କ୍ରିଟିକାଲ ଥର୍ମାଲ ପାୱାର ଷ୍ଟେଶନ (ଏନ୍ଟିଟିପିପି)ର ଷ୍ଟେଜ-୧ରେ ୪୦୦ମେଗାୱାଟ ଏବଂ ଷ୍ଟେଜ-୨ରେ ୪୦୦ମେଗାୱାଟର ବିଦ୍ୟୁତ୍ କ୍ରୟ ଚୁକ୍ତି (ପିପିଏ) ପାଇଁ ଭୁବନେଶ୍ୱର ଗ୍ରୀଡ୍କୋ ମୁଖ୍ୟାଳୟଠାରେ ଏକ ଚୁକ୍ତିନାମା ସ୍ବାକ୍ଷର ହୋଇଛି।

ଏପରିକି ଉକ୍ତ ବୁଝାମଣା ସହ ଏନ୍ଏଲ୍ସିଆଇଏଲ୍ ନେଭେଲି ତଲାବିରା ସୁପର କ୍ରିଟିକାଲ ଥର୍ମାଲ ପାୱାର ଷ୍ଟେଶନ ଷ୍ଟେଜ-୧ର ୨୪୦୦ ମେଗାୱାଟକୁ ସମ୍ପୂର୍ଣ୍ଣ କ୍ଷମତା ଅନୁବନ୍ଧିତ କରିଛି। ଏହି ପରିପ୍ରେକ୍ଷୀରେ ଏନ୍ଏଲ୍ସି ଇଣ୍ଡିଆ ଲିମିଟେଡ୍ର ନିର୍ଦ୍ଦେଶକ ଏମ୍. ଭେଙ୍କଟଚଲମ୍ ଏବଂ ଗ୍ରୀଡ୍କୋ ଲିମିଟେଡ୍ର ନିର୍ଦ୍ଦେଶକ (ଟି ଆଣ୍ଡ ବିଡି) ଉମାକାନ୍ତ ସାହୁ ଉପରୋକ୍ତ (ବିଦ୍ୟୁତ୍ କ୍ରୟ ଚୁକ୍ତି) ଚୁକ୍ତିନାମାରେ ସ୍ବାକ୍ଷର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏନ୍ଏଲ୍ସି ଇଣ୍ଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଏମ୍.ପ୍ରସନ୍ନ କୁମାର ମୋଟୁପଲ୍ଲୀ ଏବଂ ଗ୍ରୀଡ୍କୋ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ତ୍ରିଲୋଚନ ପଣ୍ଡାଙ୍କ ସମେତ ଗ୍ରୀଡ୍କୋ ଲିମିଟେଡ୍ର ନିର୍ଦ୍ଦେଶକ (ଏଫ୍ ଆଣ୍ଡ ସିଏ) ଗଗନ ବିହାରୀ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Post Views13 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!