ରାଚେଲ୍ ରୁଟୋଙ୍କୁ ଦ୍ୱାଦଶ କିସ୍ ହ୍ୟୁମାନିଟାରିଆନ ସମ୍ମାନ

କେନିଆର ବିଶିଷ୍ଟ ସାମାଜକ କର୍ମୀ ତଥା ଫାର୍ଷ୍ଟ ଲେଡି ରାଚେଲ୍ ରୁଟୋଙ୍କୁ ଦ୍ୱାଦଶ କିସ୍ ହ୍ୟୁମାନିଟାରିଆନ ସମ୍ମାନ-୨୦୨୨ ପ୍ରଦାନ କରାଯାଇଛି। କିସ୍ ହ୍ୟୁମାନିଟାରିଆନ ସମ୍ମାନ ଏକ ବିଶ୍ବ ପ୍ରସିଦ୍ଧ ସମ୍ମାନ ଭାବେ ଗ୍ରହଣୀୟ ହୋଇଛି।

ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କୁ ଏହି ସମ୍ମାନ ୨୦୦୮ରୁ ପ୍ରଦାନ କରାଯାଉଛି। କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ସଭାପତି ଶାଶ୍ୱତୀ ବଳ, କିସ୍ ବିଶ୍ୱବିଦ୍ୟାଳୟର କୁଳାଧିପତି ସତ୍ୟ ଏସ୍. ତ୍ରିପାଠୀଙ୍କ ସମେତ ଭାରତରେ ଅବସ୍ଥାପିତ କେନିଆ ଉଚ୍ଚାୟୁକ୍ତ ଉଇଲି କେ ବେଟ୍, କିଟ୍ ଓ କିସ୍ ଉପସଭାପତି ଉମାପଦ ବୋଷ, ସମ୍ପାଦକ ଆର୍. ଏନ୍. ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଚେଲଙ୍କୁ ଉକ୍ତ ସମ୍ମାନ ପ୍ରଦାନ କରିଥିଲେ। ବିଶେଷକରି ଗ୍ରାମାଞ୍ଚଳ ମହିଳାଙ୍କୁ ଅର୍ଥନୈତିକ ଭାବେ ସଶକ୍ତ କରିବା ସହ ସେମାନଙ୍କ ଉତ୍ଥାନ ପାଇଁ ରାଚେଲ କାର୍ଯ୍ୟ କରିବା ସହ ପରିବେଶ ଓ ଜଳବାୟୁ ଉପରେ ମଧ୍ୟ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ କିସ୍ ପକ୍ଷରୁ ରାଚେଲଙ୍କୁ ଉପରୋକ୍ତ ସମ୍ମାନ ପ୍ରଦାନ କରାଯାଇଛି।

ଏହି ପରିପ୍ରେକ୍ଷୀରେ ରାଚେଲ କହିଥିଲେ, କିଟ୍ ଓ କିସ୍ର ସର୍ବୋଚ୍ଚ ସମ୍ମାନ କିସ୍ ହ୍ୟୁମାନିଟାରିଆନ ଆଓ୍ବାର୍ଡ’ ଗ୍ରହଣ କରିବା ପାଇଁ ମୁଁ ବହୁ ଦୂରରୁ ଓଡ଼ିଶା ଆସିଛି। ଏପରିକି ମୁଁ କରିଥିବା କାର୍ଯ୍ୟକୁ ଏଠାରେ ସ୍ବୀକୃତି ମିଳିଥିବାରୁ ସମ୍ମାନ ଚୟନ କମିଟି, କିସ୍ ଓ କିଟ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସମେତ ପ୍ରତିଷ୍ଠାନର ସମସ୍ତ କର୍ମଚାରୀଙ୍କୁ ମୁଁ ମୋର ଆନ୍ତରିକ ଧନ୍ୟବାଦ ଜଣାଉଛି। ଏହି ସମ୍ମାନ କେବଳ ଯେ ମୋ ପ୍ରୟାସକୁ ସ୍ବୀକୃତି ତା’ ନୁହେଁ ଏହା କେନିଆବାସୀ, ବିଶେଷକରି କେନିଆର ମହିଳାମାନଙ୍କ ସହନଶୀଳତା ଓ ସାହସର ସ୍ବୀକୃତି ବୋଲି ସେ ମତପ୍ରକାଶ କରିଥିଲେ।

ଅପରପକ୍ଷରେ ସମ୍ମାନ ଉତ୍ସବର ମୁଖ୍ୟ ଅତିଥି ରାଜ୍ୟପାଳ କହିଥିଲେ, ଏହି ସମ୍ମାନ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ। ଉକ୍ତ ସମ୍ମାନ ହେଉଛି ଏକ ସାଧାରଣ ଆତ୍ମା ଏକ ବିଶୁଦ୍ଧ ଆତ୍ମାକୁ ଭଲପାଇବାର ନିଦର୍ଶନ। ମାନବ କୈନ୍ଦ୍ରିକ ବିଶ୍ୱକୁ ମାନବିକତାର ସ୍ଥାନରେ ପରିଣତ କରିବାରେ ଯେଉଁମାନେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପାଇଁ ଏହି ସମ୍ମାନ ଉତ୍ସର୍ଗୀକୃତ।

Post Views35 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!