ଏମଜିଏମ ମିନେରାଲ୍ସକୁ ଜନହିତକାରୀ ଉଦ୍ୟୋଗ ଆଓ୍ବାର୍ଡ

ରାଜ୍ୟର ଅଗ୍ରଣୀ ଘରୋଇ ସଂସ୍ଥା ତଥା ଏମଜିଏମ ମିନେରାଲ୍ସ ପ୍ରାଇଭେଟ ଲିମିଟେଡକୁ ନିକଟରେ ଏକ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି। ବିଶେଷକରି ମାସିକ ପତ୍ରିକା ‘ଦି ଇଣ୍ଟରଭ୍ୟୁ ଟାଇମ୍ସ’ର ୧୨ତମ ବାର୍ଷିକ ଉତ୍ସବ ତଥା ଶ୍ରେଷ୍ଠ-୨୦ ଓଡ଼ିଶାର ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ସମ୍ମାନ ସମାରୋହରେ ଏମଜିଏମ ମିନେରାଲସକୁ ଜନହିତକାରୀ ଉଦ୍ୟୋଗ ଆଓ୍ବାର୍ଡ ପ୍ରଦାନ କରାଯାଇଛି।

ପଦ୍ମବିଭୂଷଣ ସୁଦର୍ଶନ ସାହୁଙ୍କଠାରୁ ଏମଜିଏମ ମିନେରାଲସ ପ୍ରାଇଭେଟ ଲିମିଟେଡର ଏମ୍ଡି ପଙ୍କଜ ଲୋଚନ ମହାନ୍ତି ଉକ୍ତ ସମ୍ମାନ ଗ୍ରହଣ କରିଥିଲେ। ଅପରପକ୍ଷରେ ବାର୍ଷିକ ଉତ୍ସବର ମୁଖ୍ୟ ଅତିଥି କନ୍ଧମାଳ ଏମପି ଡ.ଅଚ୍ୟୁତ ସାମନ୍ତ ଦି ଇଣ୍ଟରଭ୍ୟୁ ଟାଇମ୍ସର ସଫଳ ଯାତ୍ରାର ଅଭିଯାନକୁ ଭୂୟସୀ ପ୍ରଶଂସା କରିବା ସହ ସମାଜର ପ୍ରଗତି କ୍ଷେତ୍ରରେ ଅନନ୍ୟ ପଦକ୍ଷେପ ପାଇଁ ସାଧୁବାଦ ଜଣାଇଥିଲେ। ଏହି ଅବସରରେ ‘ଦି ଇଣ୍ଟରଭ୍ୟୁ ଟାଇମ୍ସ’ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୨୦ଜଣ ବ୍ୟକ୍ତିବିଶେଷଙ୍କୁ ସମ୍ମାନଜନକ ‘ଶ୍ରେଷ୍ଠ-୨୦ ଓଡ଼ିଶାର ପ୍ରେରଣାଦାୟୀ ବ୍ୟକ୍ତିତ୍ୱ’ ସମ୍ମାନ ଓ ୭ ଜଣଙ୍କୁ ସ୍ବତନ୍ତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲାବେଳେ ପଦ୍ମବିଭୂଷଣ ସୁଦର୍ଶନ ସାହୁ ଓ ବିଧାୟକ ଅରୁଣ କୁମାର ସାହୁ ସମ୍ବର୍ଦ୍ଧିତ ବ୍ୟକ୍ତିବିଶେଷଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ସେହିଭଳି ବାର୍ଷିକ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ସରକାରଙ୍କ ବରିଷ୍ଠ ପ୍ରଶାସିକା ଅନୁ ଗର୍ଗ, ବୀର ବିକ୍ରମ ଯାଦବ, ଦିଲ୍ଲୀପ ରାଉତରାୟଙ୍କ ସମେତ ଓଡ଼ିଶା ଏନସିସି ୟୁନିଟର ନିର୍ଦ୍ଦେଶକ ସାଗର ମହାନ୍ତି, ଆଇସିଏମ୍ଆର-ଆରଏମ୍ଆରସିର ନିର୍ଦ୍ଦେଶିକା ସଂଘମିତ୍ରା ପତି ଏବଂ ପ୍ରଫେସର କମଳଜିତ୍ ସିଂ ପ୍ରମୁଖ ଯୋଗ ଦେଇଥିଲେ। ପ୍ରାଥମିକ ପର୍ଯ୍ୟାୟରେ ଦି ଇଣ୍ଟରଭ୍ୟୁ ଟାଇମ୍ସର ମୁଖ୍ୟ ସମ୍ପାଦକ ଦିବ୍ୟଜିତ୍ ସାହୁ ସ୍ବାଗତ ଅଭିଭାଷଣ ପ୍ରଦାନ ସହ ଦି ଇଣ୍ଟରଭ୍ୟୁ ଟାଇମ୍ସ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ।

Post Views16 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!