ଆସିଲା କଙ୍ଗନା ରଣାଓ୍ବତଙ୍କ ମଚ୍ ଆଓ୍ବେଟେଡ୍ ଫିଲ୍ମ ତେଜସ୍ର ଟ୍ରେଲର୍ । ଗାନ୍ଧୀ ଜୟନ୍ତୀ ଅବସରରେ କଙ୍ଗନାଙ୍କ ତେଜସ୍ର ଟ୍ରେଲର୍ ରିଲିଜ କରାଯାଇଛି । ଏଥିରେ କଙ୍ଗନାଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ପାଇବେ ଦର୍ଶକ । କଙ୍ଗନା ଏୟାର ଫୋର୍ସ ପାଇଲଟ୍ ଭୁମିକାରେ ନଜର ଆସିବେ । କଙ୍ଗନା ଯୁଦ୍ଧ କ୍ଷେତ୍ରରେ ଫାଇଟ କରୁଥିବା ଟ୍ରେଲରରେ ଦେଖିବାକି ମିଳିଛି । ଚଳିତ ମାସ ୨୭ ତାରିଖରେ ଫିଲ୍ମଟି ପରଦାରେ ହିଟ୍ କରିବ ବୋଲି ଆଶା ରଖିଛନ୍ତି ମେକର୍ସ ।

