ଏଏମ୍‌ଏନ୍‌ଏସ୍ ଇଣ୍ଡିଆକୁ ମହାତ୍ମା ପୁରସ୍କାର

ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍ (ଏଏମ୍ଏନ୍ଏସ୍) ଇଣ୍ଡିଆକୁ ନିକଟରେ ଆଉ ଏକ ଜାତୀୟସ୍ତରୀୟ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ବିଶେଷକରି କର୍ପୋରେଟ ସୋସିଆଲ ରେସ୍ପନସିବିଲିଟି (ସିଏସ୍ଆର୍) ‘ସିଏସ୍ଆର୍ ଏକ୍ସିଲେନ୍ସ’ ବର୍ଗରେ ଏଏମ୍ଏନ୍ଏସ୍କୁ ସମ୍ମାନଜନକ ‘ମହାତ୍ମା ପୁରସ୍କାର-୨୦୨୩’ ପୁରସ୍କାର ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ନୂଆଦିଲ୍ଲୀଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମବାର୍ଷିକୀ ଅବସରରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ଏଏମ୍ଏନ୍ଏସ୍ ଇଣ୍ଡିଆକୁ ସିଏସ୍ଆର୍ ଏକ୍ସଲେନ୍ସ ବର୍ଗରେ ବିଶିଷ୍ଟ ମହାତ୍ମା ପୁରସ୍କାର-୨୦୨୩ ପ୍ରଦାନ କରାଯାଇଥିଲା।

ଏହି ପରିପ୍ରେକ୍ଷୀରେ ବିଶିଷ୍ଟ ଗାନ୍ଧିବାଦୀ ତଥା ମହାତ୍ମା ଗାନ୍ଧୀ ପ୍ରତିଷ୍ଠା କରିଥିବା ଗୁଜରାଟ ବିଦ୍ୟାପୀଠର ପୂର୍ବତନ ଟ୍ରଷ୍ଟି ଉତ୍କଳ ପରମାରଙ୍କ ଠାରୁ ଏଏମ୍ଏନ୍ଏସ୍ ଇଣ୍ଡିଆର ସିଏସ୍ଆର୍ ହେଡ୍ ଡ. ବିକାଶ ୟାଦଭେନ୍ଦୁ ଉକ୍ତ ପୁରସ୍କାର ଗ୍ରହଣ କରିଛନ୍ତି।

ଏହି ଅବସରରେ ସିଏସ୍ଆର୍ ବିଲର ବିଶିଷ୍ଟ ସମର୍ଥକ ତଥା ସାମାଜିକ ଉଦ୍ୟୋଗୀ ଅମିତ ସଚ୍ଚଦେବଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!