ବିଶ୍ବକପରେ ନ୍ୟୁଜିଲାଣ୍ଡ ଜଲଓ୍ବା

() ବିଶ୍ବକପ ଉଦଘାଟନୀ ମ୍ୟାଚରେ ନ୍ୟୁଜିଲାଣ୍ଡର ଦମଦାର ବିଜୟ । ପ୍ରତିପକ୍ଷ ଇଂଲଣ୍ଡକୁ ୯ ଓ୍ବିକେଟରେ ହରାଇଲା କିଓ୍ବି ଟିମ୍ । ନିର୍ଦ୍ଧାରିତ ଓଭରରୁ ୮୨ ବଲ ବାକି ଥାଇ ମ୍ୟାଚ ହାତେଇ ନେଇଛି ନ୍ୟୁଜିଲାଣ୍ଡ । ଅହମ୍ମଦାବାଦରେ ଖେଳାଉଥିବା ଏକଦୀବସୀୟ ବିଶ୍ବକପର ଉଦଘାଟନୀ ମ୍ୟାଚରେ ଆଜି ମୁହାଁମୁହିଁ ହୋଇଥିଲେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ । ନ୍ୟୁଜିଲାଣ୍ଡ ଟସ ଜିତି ଇଂଲଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ନିର୍ଦ୍ଧାରିତ ୫୦ ଓଭରରେ ଇଂଲଣ୍ଡ ୯ ଓ୍ବିକେଟ ହରାଇ କରିଥିଲା ୨୮୨ ରନ । ଦଳ ପକ୍ଷରୁ ଜୋ ରୁଟ୍ ସର୍ବାଧିକ ୭୭ ରନ କରିଥିଲେ ।

ତେବେ ୨୮୩ ରନ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡକୁ ପ୍ରଥମରୁ ଝଟକା ଲାଗିଥିଲା । ଦଳର ଓପନର ଓ୍ବିଲ୍ ୟଙ୍ଗ କୌଣସି ରନ ନକରି ପେଭିଲିଅନ ଫେରିଥିଲେ । ଏହାପରେ ପାଳି ସମ୍ଭାଳିଥିଲେ ଡେଭନ କନଓ୍ବେ ଓ ରିଚେନ ରବୀନ୍ଦ୍ର । ଉଭୟ ବ୍ୟାଟ୍ସମ୍ୟାନଙ୍କ ଧୂଆଁଧାର ବ୍ୟାଟିଂ ଫଳରେ ନ୍ୟୁଜିଲାଣ୍ଡ ୯ ଓ୍ବିକେଟରେ ମ୍ୟାଚ ହାତେଇ ନେଇଛି । କନଓ୍ବେ ୧୨୧ ବଲରେ ୧୫୨ ରନ କରିଥିବାବେଳେ ରବୀନ୍ଦ୍ର ୯୬ ବଲରେ ୧୨୩ ରନ କରିଛନ୍ତି । ଫଳରେ ମାତ୍ର ୩୬ ଓଭର ୨ଟି ବଲରେ ୨୮୩ ରନର ବିଜୟ ହାସଲ କରିଛି ନ୍ୟୁଜିଲାଣ୍ଡ । ଆସନ୍ତା ୮ ତାରିଖରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ଲଢ଼େଇ ।….

Post Views21 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!