ଆଜି ହେଉଛି ଭାରତ ଆଫଗାନିସ୍ତାନ ମଧ୍ୟରେ ଟକ୍କର । ବିଶ୍ବକପ କ୍ରିକେଟରେ ଭାରତ ଖେଳୁଛି ଦ୍ବିତୀୟ ମୁକାବିଲା । ପ୍ରଥମ ଥର ପାଇଁ ଘରୋଇ ପରିବେଶରେ ଆଫଗାନିସ୍ତାନ ଚାଲିଛି ଟକ୍କର । ଦଲ୍ଲୀର ଅରୁଣ ଜେଟଲୀ ଷ୍ଟଲୀ ଷ୍ଟାଡିୟମରେ ଖେଳାଯାଉଛି ମ୍ୟାଚ୍ । ଟସ ଜିତି ଆଫଗାନିସ୍ତାନ ବ୍ୟାଟିଂ କରିବାର ନିଷ୍ପତ୍ତି ହୋଇଛି । ପ୍ରଥମ ମ୍ୟାଚରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିବାରୁ ଭାରତୀୟ ଦଳର ମନୋବଳ ଦୃଢ ରହିଛି । ଆଜିର ମ୍ୟାଚ ଜିତି ବିଶ୍ବକପରେ ବିଜୟ ଅଭିଯାନ ଜାରି ରଖିବାକୁ ଉଦ୍ୟମ କରିବ ଭାରତ । ଏପଟେ ପ୍ରଥମ ମ୍ୟାଚରେ ବାଂଲାଦେଶଠାରୁ ପରାଜିତ ହୋଇଥିବାରୁ ଆଫଗାନିସ୍ତାନ ଚାପରେ ରହିଛି । ୨୦୧୯ ବିଶ୍ବକପରେ ଆଫଗାନିସ୍ତାନକୁ ହରାଇଥିଲା ଭାରତ । ଭାରତ ସମସ୍ତ ବିଭାଗରେ ଆଫଗାନିସ୍ତାନଠାରୁ ଆଗରେ ରହିଛି ।

