ରାଜରାଜେଶ୍ବର ବେଶରେ ମହାବାହୂ

ଆଜି ପବିତ୍ର ବିଜୟା ଦଶମୀ  । ଅଧର୍ମ ଉପରେ ଧର୍ମର ହୋଇଥିଲା ଜୟ । ଆଜି ବିଜୟା ଦଶମୀରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ରାଜରାଜେଶ୍ବର ବେଶ ବା ସୁନାବେଶ ହେବ। ଅବକାଶ ନୀତି ପରେ ତିନି ବାଡ଼ରେ ଚନ୍ଦନ ଲାଗି ଶେଷ ହୋଇ ନୂଆଲୁଗା ଓ ନିର୍ଦ୍ଦିଷ୍ଟ ଅଳଙ୍କାରରେ ସୁନାବେଶ ଅନୁଷ୍ଠିତ ହୋଇଥାଏ । ଗୋପାଳ ବଲ୍ଲଭ ଓ ସକାଳ ଧୂପ ପରେ ଭଣ୍ଡାର ଘରେ ପୂଜା ପାଉଥିବା ଆୟୁଧକୁ ସ୍ବତନ୍ତ୍ର ପୂଜା ବିଧି ଅନୁଯାଇ ମନ୍ଦିର ପ୍ରଦକ୍ଷିଣ କରି ସିଂହାସନକୁ ବିଜେ କରାଯିବା ସହ ଆୟୁଧ ଲାଗି ହୁଏ । ମହାପ୍ରଭୁଙ୍କର ଏହି ଦୁର୍ଲଭ ବେଶ ଦର୍ଶନ କରିବାକୁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଛି ।

Post Views32 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!