ଅର୍ଜୁନ କାପୁର ଓ ଭୂମି ପେଡେନକରଙ୍କ ଅପକମିଂ ଫିଲ୍ମ ଦ ଲେଡି କିଲରର ଟ୍ରେଲର ରିଲିଜ ହୋଇଯାଇଛି । ଫିଲ୍ମର ଡିରେକ୍ସନ ଦେଇଛନ୍ତି ଅଜୟ ବହଲ । ଫିଲ୍ମର ଟ୍ରେଲରକୁ କାଫି ପସନ୍ଦ କରୁଛନ୍ତି ଦର୍ଶକ । ଫିଲ୍ମରେ ରୋମାନ୍ସ ଓ ଥ୍ରିଲର ସହ ଭରପୁର ତଡକା ଦେଖିବାକୁ ପାଇବେ ଦର୍ଶକ । ଏଥିରେ ଅର୍ଜୁନଙ୍କ ସହ ଭୁମିଙ୍କ ଜବରଦସ୍ତ ଆକ୍ଟି ଦେଖିବାକୁ ମିଳିବ । ଏକ ମର୍ଡର ମିଷ୍ଟ୍ରି ଉପରେ କାହାଣୀଟି ଆଧାରିତ । ଭୁମି ଭିଲେନ କ୍ୟାରେକ୍ଟରରେ ନଜର ଆସିବେ । ଆସନ୍ତା ନଭେମ୍ବର ୩ ରେ ରିଲିଜ ହେବାକୁ ଯାଉଛି । ଏବେ କେବଳ ରିଲିଜ ଡେଟକୁ ଅପେକ୍ଷା।

