ଶିକ୍ଷ୍ୟା କ୍ଷେତ୍ରରେ ନୂଆ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଏନଏମଆଇଏମଏସ ୟୁନିଭରସିଟିର ଭିତ୍ତିପ୍ରସ୍ତର ସ୍ଥାପାନ ହୋଇଛି। ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇ କହିଥିଲେ ଯେ, ଏ ଅଞ୍ଚଳରେ ଏକ ପ୍ରସିଦ୍ଧ ୟୁନିଭର୍ସିଟି ସ୍ଥାପନ ହେବାକୁ ଯାଉଛି। ଏ ନେଇ ମୁଖ୍ୟମନ୍ତ୍ରୀ ଏସଭିକେଏମ୍ ଟ୍ରଷ୍ଟକୁ ଧନ୍ୟବାଦ ଜଣାଇଛନ୍ତି । ଯୁବ ଗୋଷ୍ଠୀ ଆମ ଶକ୍ତି ଏବଂ ଭବିଷ୍ୟତ । ଏହି ଅନ୍ତର୍ଜାତିୟମାନର ଶିକ୍ଷା କ୍ୟାମ୍ପସ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୁମିକା ତୁଲାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଓ ଶ୍ରୀଭିଲେପାର୍ଲେ କେଲବାଣୀ ମଣ୍ଡଲ(ଏସ୍ଭିକେଏମ୍) ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର କରିବା ପାଇଁ ଆସିଥିବା ପ୍ରସ୍ତାବକୁ ପୂର୍ବରୁ କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଥିଲା। ଏଥିପାଇଁ ରାଜ୍ୟ ସରକାର ଖୋର୍ଦ୍ଧା ଜିଲ୍ଲା ଜଟଣୀସ୍ଥିତ ଗଉଡ଼କାଶିପୁର ଗ୍ରାମରେ ୪୦ଏକର ଜମି ଯୋଗାଇଦେଇଛନ୍ତି। ଏଥିସହ ରାଜ୍ୟ ସରକାର ଆବଶ୍ୟକ ସହଯୋଗ ପ୍ରଦାନ କରିବେ ସରକାର। ଏହି କ୍ୟାମ୍ପସ୍ରେ ଦକ୍ଷତା ଅନୁସାରେ ୩୦% ଆସନରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ନିଆଯିବ।

ପର୍ଯ୍ୟାୟକ୍ରମେ ଏସ୍ଭିକେଏମ୍ ଏହି କ୍ୟାମ୍ପସ୍ର ସମ୍ପ୍ରସାରଣ କରିବ। ଓଡ଼ିଶାରେ ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବା ସହ ଉତ୍କର୍ଷତା ପ୍ରଦାନ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବାକୁ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି।
କ୍ୟାମ୍ପସରେ କେଜିଠାରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ଶିକ୍ଷାଦାନ ହେବ । ଏସ୍ଭିକେଏମ୍ ପକ୍ଷରୁ ୪୦୦କୋଟିର ପୁଞ୍ଜି ବିନିଯୋଗ ହେବ । ରାଜ୍ୟ ସରକାରଙ୍କ ସହାୟତାରେ କ୍ୟାମ୍ପସର ଭିତ୍ତିଭୂମି ବିକାଶ ଓ ଅନ୍ୟାନ୍ୟ ସୁବିଧା ପର୍ଯ୍ୟାୟକ୍ରମେ କରାଯିବ । ଭିତ୍ତିଭୂମି ବିକାଶ, ମରାମତି, ନବୀକରଣ, ଲ୍ୟାଣ୍ଡସ୍କେପ୍, ଯନ୍ତ୍ରପାତି, ମାନବ ସମ୍ବଳ ଖର୍ଚ୍ଚ ଏସଭିକେଏମ୍ ବହନ କରିବ । ଜଟଣୀରେ ବିଶ୍ବସ୍ତରର ଶିକ୍ଷାନୁଷ୍ଠାନ ହେବାକୁ ଥିବାରୁ ଏଥିପାଇଁ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ସ୍ଥାନୀୟ ବିଧାୟକ ସୁରେଶ ରାଉତରାୟ ।

Post Views20 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!