ଜଟଣୀସ୍ଥିତ ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟର ଏକାଦଶ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ରଘୁବର ଦାସ ଦୀକ୍ଷାନ୍ତ ଭାଷଣରେ ଏହା କହିଛନ୍ତି।ଉତ୍ସବର ସମ୍ମାନିତ ଅତିଥି ସୁପ୍ରିମ୍କୋର୍ଟର ବିଚାରପତି ସିଟି ରବିକୁମାର ସବୁପ୍ରକାର ପରିସ୍ଥିତିକୁ ସାହସର ସହ ସାମ୍ନା କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଏଚ୍ପିସିଏଲ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପୁଷ୍ପ କୁମାର ଯୋଶୀ, ସିୱାଇଆଇଇଏନ୍ଟିର ପ୍ରତିଷ୍ଠାତା ବି ଭି ଆର୍ ମୋହନ ରେଡ୍ଡୀ ପ୍ରମୁଖ ଯୋଗଦେଇଥିଲେ। ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ ବାର୍ଷିକ ବିବରଣୀ ଉପସ୍ଥାପନ କରି କହିଥିଲେ ଯେ ଚଳିତ ବର୍ଷ ଏହି ବିଶ୍ବବିଦ୍ୟାଳୟର ୨ ହଜାର ୩୫୮ଜଣ ଛାତ୍ରଛାତ୍ରୀ ୨୦୩ଟି ପ୍ରତିଷ୍ଠିତ କମ୍ପାନିରେ ନିଯୁକ୍ତି ପାଇଛନ୍ତି। ଏହି ଅବସରରେ ସୁଙ୍କାରି କୃଷ୍ଣଭେନୀଙ୍କୁ ଭିଜିଟର୍ସ ସ୍ୱର୍ଣ୍ଣ ପଦକ, ଶତରୂପା ପଣ୍ଡାଙ୍କୁ ଧୀରନ୍ ପଟ୍ଟନାୟକ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବା ସହ ୧୭ଜଣ ଛାତ୍ରଛାତ୍ରୀଙ୍କୁ ଅନ୍ୟାନ୍ୟ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଥିଲା। ସେହିଭଳି ୩୭ଜଣ ଗବେଷକଙ୍କୁ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି। ବିଶ୍ୱବିଦ୍ୟାଳୟର ପ୍ରୋ କୁଳପତି ବିଶ୍ୱଜିତ ମିଶ୍ର ସଫଳତାର ସହିତ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ କର୍ତ୍ତବ୍ୟନିଷ୍ଠା ଓ ମୂଲ୍ୟବୋଧ ସମ୍ପର୍କିତ ଶପଥ ପାଠ କରାଇଥିଲେ। ଉତ୍ସବରେ ବିଶ୍ବବିଦ୍ୟାଳୟର ସଭାପତି ପ୍ରଫେସର ମୁକ୍ତିକାନ୍ତ ମିଶ୍ର, ଉପସଭାପତି ପ୍ରଫେସର ଡି ଏନ୍ ରାଓ, ରେଜିଷ୍ଟ୍ରାର ପ୍ରଫେସର ଅନିତା ପାତ୍ରଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।
Related Posts
କୋରାପୁଟ ଜିଲ୍ଲାରେ ଶୁଭାରମ୍ଭ ହେବ ଲକ୍ଷ୍ମୀ ବସ୍ ସେବା
ଆଜିଠୁ କୋରାପୁଟ ଜିଲ୍ଲାରେ ଶୁଭାରମ୍ଭ ହେବ ଲକ୍ଷ୍ମୀ ବସ୍ ସେବା । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ୪୩ଟି ଲକ୍ଷ୍ମୀ ବସ…
ଏନ୍ଏମ୍ଡିସି ଷ୍ଟିଲ୍ ପ୍ଲାଣ୍ଟ ବ୍ଲାଷ୍ଟ ଫର୍ନେସ ଲୋକାର୍ପିତ
ନ୍ୟାଶନାଲ ମିନେରାଲ ଡେଭଲପମେଣ୍ଟ କର୍ପୋରେଶନ (ଏନ୍ଏମ୍ଡିସି)ର ପ୍ରମୁଖ ସଂସ୍ଥାନ ଏନ୍ଏମ୍ଡିସି ଷ୍ଟିଲ୍ ପ୍ଲାଣ୍ଟର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ…
ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ, ଜାଣନ୍ତୁ କିଏ ହେଲେ କେଉଁ ଜିଲ୍ଲାର ଜିଲ୍ଲାପାଳ
ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ, ୧୯ ଜିଲ୍ଲାରେ ନୂଆ ଜିଲ୍ଲାପାଳ ନିଯୁକ୍ତ । ବରିଷ୍ଠ ଆଇଏଏସ୍ ବିଜୟକେତନ ଉପାଧ୍ୟାୟଙ୍କୁ…

