ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଆମେରିକା ରାଷ୍ଟ୍ରପତି

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ କାରକେଡକୁ ପିଟିଲା ଏକ କାର । ବାଇଡେନଙ୍କ ସହ ତାଙ୍କ ପତ୍ନୀ ଅର୍ଥାତ ଫାଷ୍ଟ ଲେଡି ଜିଲ ବାଇଡେନ ମଧ୍ୟ କାରରେ ଯାତ୍ରା କରୁଥିଲେ । ରବିବାର ଦିନ ଡେଲୋୱୟର ୱିଲମିଙ୍ଗଣ୍ଟନରେ ଘଟିଛି ଏହି ଘଟଣା । ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ରାଷ୍ଟ୍ରପତିଙ୍କ ଗାଡି ୪୦ ମିଟର ଦୁରରେ ଥିବା ବେଳେ ତାଙ୍କ କାରକେଡକୁ ଆସି ପିଟି ହୋଇଥିଲା ଅନ୍ୟ ଏକ କାର ।

ବର୍ତ୍ତମାନ ଦୁହେଁ ସୁରକ୍ଷିତ ଥିବା ଜଣା ପଡିଛି । ତେବେ ଦୁର୍ଘଟଣା ଗଟାଇଥିବା କାର ଡ୍ରାଇଭର ଗିରଫ ହୋଇଛି । ଆମେରିକାର ସିକ୍ରେଟ ସର୍ଭିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା ମୁତାବକ, ଦୁର୍ଘଟଣା ଘଟାଇଥିବା କାର ଏବଂ ବାଇଡେନଙ୍କ କାର ମଧ୍ୟରେ ଦୂରତା ୧୩୦ ଫୁଟ(୪୦ ମିଟର) ରହିଥିଲା । ସିକ୍ରେଟ୍ ସର୍ଭିସ୍ ଓ ବାଇଡେନ୍ଙ୍କ ସୁରକ୍ଷାକର୍ମୀମାନେ ଅସ୍ତ୍ରଶସ୍ତ୍ର ଧରି ସେ କାରକୁ ଘେରିଯାଇ କାର ଭିତରୁ ଡ୍ରାଇଭରକୁ ବାହାର କରିଥିଲେ ।

ଯେଉଁ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଲା, ସେଥିରେ ଜୋ ବାଇଡେନ୍ ଓ ଫାଷ୍ଟ ଲେଡି ଜିଲ ବାଇଡେନ ବସି ନ ଥିଲେ । ବାଇଡେନ ଏବଂ ତାଙ୍କ ପତ୍ନୀଙ୍କୁ ସୁରକ୍ଷିତ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା । ଦୁର୍ଘଟଣା ଘଟାଇଥିବା କାର ଡ୍ରାଇଭର ଗିରଫ ହୋଇଥିବା ସୂଚନା ମିଳିଛି ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!