ଢେଙ୍କାନାଳ ଯୋରନ୍ଦା ମହିମା ଗାଦିର ହେବ ନବକଳେବର । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିବେ । ମହିମା ସାଧୁଙ୍କ ସହ ପ୍ରାୟ ୪୦ ହଜାର ଲୋକ ଏକତ୍ର ହେବେ । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ ମହିମା ଗାଦିରେ ଉପାସନା ପୀଠ ଓ ବତି ମଣ୍ଡପ ସହ ଶୂନ୍ୟ ମଣ୍ଡପ ଓ ମହିମା ଗାଦିର ଚତୁପାର୍ଶ୍ବ ଉନ୍ନତିକରଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଫଳରେ ପୂରଣ ହେବ ସାଧୁସନ୍ଥଙ୍କର ୩୫୦ ହାତ ମନ୍ଦିର ପରିସରର ସ୍ବପ୍ନ । ମହିମା ପୀଠର ସର୍ବାଙ୍ଗୀନ ବିକାଶ ସହିତ ଭକ୍ତଙ୍କ ସୁବିଧା ପାଇଁ ବିଭିନ୍ନ କାମ ହେବ । ସାଧୁସନ୍ଥ, ଭକ୍ତ ଓ ଅତିଥିଙ୍କ ପାଇଁ ସବୁ ପ୍ରକାର ସୁବିଧା ସୁଯୋଗ କରାଯିବ। ମେ ୨୯ରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଯୋରନ୍ଦା ଗସ୍ତ କରି ପୀଠର ଉନ୍ନତି ପାଇଁ ସାଧୁମାନଙ୍କ ସହ ଆଲୋଚନା କରିଥିଲେ l ପରେ ୧୧୨କୋଟି ଟଙ୍କାର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କରିଥିଲେ ।
Related Posts
ଶିକ୍ଷା ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ପାଇଁ ଓକେସିଏଲ ଗୁରୁ ଦିବସରେ ନୂତନ କେନ୍ଦ୍ର ପଞ୍ଜୀକରଣ ପକ୍ରିୟା ୨୦୨୬ ଆରମ୍ଭ
ଗୁରୁ ଦିବସ ଅବସରରେ, ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡ୍ (ଓକେସିଏଲ) ଏହାର ପ୍ରମୁଖ ପଦକ୍ଷେପ ନୂତନ କେନ୍ଦ୍ର ପଞ୍ଜୀକରଣ ପକ୍ରିୟା…
ରାଜ୍ୟ ମହିଳା କମିଶନରେ ୬ ନୂଆ ସଦସ୍ୟାଙ୍କୁ ନିଯୁକ୍ତ କଲେ ମୁଖ୍ୟମନ୍ତ୍ରୀ
ରାଜ୍ୟ ମହିଳା କମିଶନରେ ୬ ନୂଆ ସଦସ୍ୟାଙ୍କୁ ନିଯୁକ୍ତ କଲେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ମହିଳା…
ଶ୍ରୀମନ୍ଦିର ଅଭିମୁଖେ ଗଡିଲା ହଦଳୀମୁହିଁ ଦେବୀ ସୁଭଦ୍ରାଙ୍କ ରଥ
ଶ୍ରୀଜଗନ୍ନାଥଙ୍କ କୃପାରୁ ସବୁ ନୀତିକାନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ଶୃଙ୍ଖଳିତ ଭାବେ ଶେଷ ହୋଇ ରଥଟଣା ଆରମ୍ଭ ହୋଇଯାଇଛି ।…

